Home Uncategorized ବିଜେଡି ଦଳୀୟ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ବରଗଡର ସବୁ ବିଧାୟକ, ଜିଲ୍ଲା ସଭାପତି,ପର୍ଯ୍ୟବେକ୍ଷକ ସାମିଲ

ବିଜେଡି ଦଳୀୟ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ବରଗଡର ସବୁ ବିଧାୟକ, ଜିଲ୍ଲା ସଭାପତି,ପର୍ଯ୍ୟବେକ୍ଷକ ସାମିଲ

0

ଭୁବନେଶ୍ୱର: ବିଜେପୁର ପାଇଁ ବିଜେଡିର କସରତ । ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ନିଜର ପ୍ରାର୍ଥୀ ବୋଲି ଘୋଷଣା କରି ସାରିଛି । ଏହା ପରେ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଏ ନେଇ ଆଜି ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡର ସବୁ ବିଧାୟକ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଓ ବିଜେପୁର ନିର୍ବାଚନମଣ୍ଡଳୀର କିଛି ନେତା ସାମିଲ ହୋଇଥିଲେ । ବୈଠକ ପରେ ୩ ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ନେହାଙ୍ଗିନୀ ଛୁରିଆ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ବୈଠକରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।  

ଆଜିର ବୈଠକରେ ଦଳର ଅସନ୍ତୁଷ୍ଟ ଥିବା ନେତାଙ୍କୁ ବୁଝାଇବାକୁ ପ୍ରୟାସ କରାଯାଇଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ବୈଠକ ପରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଯେକୌଣସି ସ୍ଥାନରେ ଓ ସମୟରେ ନିର୍ବାଚନ ହେଲେ ଦଳ ପ୍ରସ୍ତୁତ ରହିଛି । ତେବେ ବିଜେଡ଼ିରେ ଦଳୀୟ ଅସନ୍ତୋଷ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଦଳରେ କୌଣସି ଫାଟ ନାହିଁ । ଦଳ ଭିତରେ ଏକତା ରହିଛି । ସମସ୍ତେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

ଏଠାରେ ପ୍ରକାଶ ଥାଉ କି, ବିଜେପୁରରେ  ବିଜେପି ପ୍ରାର୍ଥୀ ନେଇ ଏବେ ବି ସସପେନ୍ସ ଜାରି ରହିଛି । ବିଜେଡି ଛାଡି ବିଜେପିରେ ମିଶିଥିବା ଅଶୋକ ପାଣିଗ୍ରାହୀ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here