Home Uncategorized ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲା : ୪ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲା : ୪ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

0
ଟିଟିଲାଗଡ଼: ଟିଟିଲାଗଡ଼ର ବହୁ ଚର୍ଚ୍ଚିତ ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ରାୟ ଆଜି ପ୍ରକାଶ ପାଇଛି । ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତଙ୍କୁ(ଆଲୋକ ଦାସ,ଜଗଦୀଶ ବାଗ, ଦିନେଶ ସିଂ ଓ ସନ୍ତୋଷ ରଣା) ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ଟିଟିଲାଗଡ଼  ଅତିରିକ୍ତ ଜିଲ୍ଲା ଦୌରାଜଜ  । ତେବେ ମୁଖ୍ୟ ଅଭିଯୁକ୍ତ ଆଲୋକ ଦାସକୁ ଆଜୀବନ ସହ ଅତିରିକ୍ତ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଆଜି ରାୟ ପ୍ରକାଶ ପାଇବା ପରେ ଅଭିମନ୍ୟୁ ସାହୁଙ୍କ ପତ୍ନୀ ଟୁକୁନି କହିଛନ୍ତି-“୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ମିଳିଥିବାରୁ ମୁଁ ବହୁତ ଖୁସି । ଏହା ପଛରେ କେହି ମାଷ୍ଟରମାଇଣ୍ଡ ଥିବା ମୋର ଆତ୍ମା କହୁଛି । ଯିଏ ମାଷ୍ଟର ମାଇଣ୍ଡ ଥାଆନ୍ତୁ ପଛେ ତାକୁ ଖୋଜି ବାହାର କରାଯାଉ। ତଦନ୍ତକାରୀ ସଂସ୍ଥା ଏନେଇ ଆଉ ଟିକେ ଚେଷ୍ଟା କରୁ । ଆବଶ୍ୟକ ହେଲେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି ।” ଏଠାରେ ପ୍ରକାଶ ଥାଉ କି, ଅଭିମନ୍ୟୁ ସାହୁ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ସ୍ୱାମୀ । ୨୦୧୩ ଡିସେମ୍ୱର ୧୫ ତାରିଖରେ ମର୍ଣ୍ଣିଂ ୱାର୍କ ଯାଉଥିବା ବେଳେ ଟିଟିଲାଗଡ଼ ଉପକଣ୍ଠରେ ଅଭିମନ୍ୟୁଙ୍କୁ ପଛ ପଟରୁ ଗାଡ଼ିରେ ଧକ୍କା ଦିଆଯାଇଥିଲା । ପରେ ତାଙ୍କ ତଣ୍ଟି କାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇ ଅନ୍ୟତ୍ର ଫିଙ୍ଗି ଦିଆଯାଇଥିଲା । ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରାଯାଇଥିଲା ।