Home Uncategorized ବିଜେଡି ମୁଖପାତ୍ର ପଦରୁ ହଟିଲେ ବୈଜୟନ୍ତ ପଣ୍ଡା

ବିଜେଡି ମୁଖପାତ୍ର ପଦରୁ ହଟିଲେ ବୈଜୟନ୍ତ ପଣ୍ଡା

0
ଭୁବନେଶ୍ୱର:ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟିଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା  । ଦଳର ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ଏକ ପ୍ରେସ୍ ବିବୃତିରେ ଏହି କଥା ଜଣାଇଛନ୍ତି  । ବିଧାନସଭା ନର୍ବାଚନ ପରେ ବିଜେଡିରେ ଝଡ ସୃଷ୍ଟି କରିଥିଲା ବୈଜୟନ୍ତଙ୍କ ସ୍ତମ୍ଭ ଓ ଟୁଇଟ୍  । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତାଗିଦ୍ ସତ୍ତେ୍ୱ ସେ ଶୁଣି ନଥିଲେ  । ଶେଷରେ ନବୀନ ତାଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି  ।