Home Uncategorized ବିଜେଡି ସରକାରଙ୍କ ୪ର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି, ନବୀନଙ୍କ ଗୁରୁମନ୍ତ୍ର, ତଥାଗତଙ୍କ ବର୍ଜବାଣ

ବିଜେଡି ସରକାରଙ୍କ ୪ର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି, ନବୀନଙ୍କ ଗୁରୁମନ୍ତ୍ର, ତଥାଗତଙ୍କ ବର୍ଜବାଣ

0

ଭୁବନେଶ୍ୱର- ଆସନ୍ତା କାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିକୁ ପୁରୁଛି ୩ବର୍ଷ । ସେଥିପାଇଁ ଆଜି ଇଡ୍‌କଲ୍ ଅଡିଟୋରିୟମ୍‌ରେ ଦଳୀୟ ପଦାଧିକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଚାଲିଥିଲା। ଏହି ବୈଠକରେ ବିଜେଡିର ସମସ୍ତ ବିଧାୟକ,ମନ୍ତ୍ରୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ଏଥିରେ ସାଂସଦ ତଥାଗତ ଶତପଥି ନାଁ ନନେଇ ସିଧାସଳଖ ବିଜେଡିର କିଛି ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ । ଦଳ ଭିତରେ ଥିବା କନ୍ଦଳର ପୋଲ୍ ଖୋଲି ଦେଇଥିଲେ ତଥାଗତ । ବୈଠକରେ ଯୋଗେଦଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେଯେ, ଓଡିଶାବାସୀ ଆମକୁ ଶକ୍ତିଶାଳୀ କରାଇଛନ୍ତି ।  କିଛିଦଳ ଅପପ୍ରଚାରରେ ଲାଗିଛନ୍ତି । ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ। ଆମେ ଓଡିଶାର ବିକାଶ ପାଇଁ କାମ କରିବୁ।  ସେହିଭଳି ସାଂସଦ ତଥାଗତ ଶତପଥି କହିଥିଲେ ଯେ, ନବୀନ ଓ ଶଙ୍ଖ ଚିହ୍ନ ଯୋଗୁଁ ଲୋକେ ଆମକୁ ଭୋଟ୍‌ ଦେଉଛନ୍ତି। ଏହି ଦୁଇଟି ଜିନିଷ ଛଡା ଆମର କିଛି ପରିଚୟ ନାହିଁ। ବିଜେପି ଆମକୁ  ଚକ୍‌ମା ଦେଖାଉଛି । ବିଜେପି ୩ବର୍ଷ ମଧ୍ୟରେ କ’ଣ କରିଛି । ଆମକୁ ଅହଂ ଭାବ ଛାଡି ଦଳକୁ ମଜଭୁତ କରିବାକୁ ହେବ।  ବିଜେପି ବିରୋଧରେ ଆମ ଷ୍ଟାଣ୍ଡ ସ୍ପଷ୍ଟ ହେବା ଆବଶ୍ୟକ।  ଆମମାନଙ୍କର କୌଣସି ପଲିଟିକାଲ୍‌ ଭିଜନ ନାହିଁ। ମିଠା କଥା କହିଲେ କିଛି ଲାଭ ହେବ ନାହିଁ। ଦଳର କିଛି କର୍ମୀ, ବିଧାୟକ ଗୋଷ୍ଠୀଭୁକ୍ତ ହେଉଛନ୍ତି । ଏବେଠୁ ସଜାଡି ନହେଲେ ଆମ ସଫା ହୋଇଯିବା । ଆମେ ଦଳର  ପ୍ରଚାର ପ୍ରସାରରେ ବେଶୀ ସମୟ ଦଉନୁ । ଆମେ ଅଧିକ ସମୟ ଦେଉଛୁ  ପରସ୍ପର ବିରୋଧରେ ଲଢିବାରେ ।   ସେହିଭଳି ଦଳର ବରିଷ୍ଠ ନେତା ଦାମ ରାଉତ କହିଥିଲ ଯେ, ଆମେ ଓଡିଶାର ସ୍ୱାର୍ଥ ପାଇଁ କାମ କରିବା ।    ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ।  ରାଜ୍ୟକୁ ସବୁବେଳେ କେନ୍ଦ୍ର ଅବହେଳା କରିଆସିଛି।  ବିଜେପି କାଗଜ ବାଘ, ତାକୁ ଡରିବାର ଆବଶ୍ୟକତା ନାହିଁ।  ଏହି ସମ୍ମିଳନୀରେ ସାଂସଦ ବୈଜୟନ୍ତ ପଣ୍ଡା ଅନୁପସ୍ଥିତ ଥିବାର ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here