Home ଦେଶ ବିଦେଶ ବିଜେଡି ସାଂସଦଙ୍କୁ ଭେଟିଲେ ଗୋପାଳକୃଷ୍ଣ ଗାନ୍ଧି

ବିଜେଡି ସାଂସଦଙ୍କୁ ଭେଟିଲେ ଗୋପାଳକୃଷ୍ଣ ଗାନ୍ଧି

0
ନୂଆଦିଲ୍ଲୀ: ଆଜି ମିଳିତ ବିରୋଧୀ ଦଳ ଉପରାଷ୍ଟ୍ରପତି  ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧି ସକାଳ ୯ଟା ସମୟରେ ନୂଆଦିଲ୍ଲୀଠାରେ ବିଜେଡି ସାଂସଦମାନଙ୍କୁ ଭେଟିଛନ୍ତି । ବିଜେଡି ସଂସଦୀୟ ଦଳ ନେତା  ଭର୍ତ୍ତୃହରି ମହତାବଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନ ପରିସରରେ  ବିଜେଡି ସାଂସଦମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ଗୋପାଳକୃଷ୍ଣ ଗାନ୍ଧି ।  ବିଜେଡି ସାଂସଦଙ୍କୁ ଭେଟିବା ପରେ ଗୋପାଳକୃଷ୍ଣ ଗାନ୍ଧି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଓଡିଶା ସହ ମୋର ସମ୍ପର୍କ ବହୁତ ପୁରୁଣା । ପାଠପଢା ଓ ଚାକିରି ଦିନରୁ ମୋର ସମ୍ପର୍କ । ଉତ୍କଳମଣି ଗୋପବନ୍ଧୁ ଦାସ ଓ ରମାଦେବୀ ମୋର ଆଦର୍ଶ । ମୋତେ ସମର୍ଥନ କରିଥିବାରୁ ନବୀନଙ୍କୁ ଧନ୍ୟବାଦ ।  ଏହି ଅବସରରେ ସେ ସହପାଠୀ ଜୟନ୍ତ ଦାସ ଓ ପ୍ରଭାତ ପଟ୍ଟନାୟକଙ୍କୁ ମନେ ପକାଇଥିଲେ ।  ସୂଚନାଯୋଗ୍ୟ ଯେ,  ବିଜେଡି  ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥଲେ ।