Home ଓଡିଶା ବିଜେଡି ହରତାଳ ବେଳେ ହିଂସା ମାମଲା : ଗିରଫଦାରୀ ୧୨କୁ ବୃଦ୍ଧି

ବିଜେଡି ହରତାଳ ବେଳେ ହିଂସା ମାମଲା : ଗିରଫଦାରୀ ୧୨କୁ ବୃଦ୍ଧି

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର ସାରା ରାଜ୍ୟରେ ୫ ଘଣ୍ଟିଆ ହରତାଳ କରିଥିଲା ବିଜେଡି । ଶାନ୍ତପୂର୍ଣ୍ଣ ହରତାଳ ବଦଳରେ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଥିଲା । ଏଥିରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ହିଂସା ମାମଲାରେ ଆଜି ଆଉ ୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ କମିସନରେଟ୍ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ସହିଦ ନଗର ପୋଲିସ ଗିରଫ କରିଛି । ସହିଦନଗରରେ ଜଣଙ୍କୁ ବାଡ଼େଇ ଗାଡ଼ି ଭାଙ୍ଗିବା ଓ  ଚନ୍ଦ୍ରଶେଖରପୁରରେ ଆଇଓସିଏଲ ବୋର୍ଡ ଭାଙ୍ଗିବା ମାମଲାରେ  ଏହି ୯ଜଣଙ୍କୁ ଗିରଫ କରାଯାଇଥିବା କମିଶନ୍‌ରେଟ୍‌ ପୋଲିସ୍‌ ପକ୍ଷରୁ କୁହାଯାଇଛି  । ଫଳରେ ହରତାଳ ବେଳେ ହିଂସା ଘଟଣାରେ ଗିରଫଦାରୀ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏଠାରେ ପ୍ରକାଶ ଥାଉ କି, ହରତାଳବେଳେ ଡେଲଟା ଛକରେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଗତକାଲି ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ।