Home Uncategorized ବିଜେପିରେ ମିଶିବେ ଅଭିନେତ୍ରୀ ଅପରାଜିତା

ବିଜେପିରେ ମିଶିବେ ଅଭିନେତ୍ରୀ ଅପରାଜିତା

0

ଓଲିଓଡ଼୍‌ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କୁ ବାନ୍ଧି ରଖିଥିବା ନାମୀଦାମୀ କଳାକାରମାନେ ଏବେ ଧିରେ ଧିରେ ରାଜନୀତି ଆଡ଼କୁ ମୁହାଁଉଛନ୍ତି । ନିକଟରେ କଂଗ୍ରେସର ହାତ ଛାଡ଼ିଥିବା ଅପରାଜିତା ମହାନ୍ତି ପଦ୍ମ ଧରିବେ । ସେ ୧୯ ତାରିଖରେ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହେବା ନେଇ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ୟ୍ୟ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଏକ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେବେ ।  କଂଗ୍ରେସ ଯୋଗ ଦେଇ ଦଳ ତରଫରୁ ଟିକେଟ୍‌ ପାଇ ୨୦୧୪ରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ବିଜେଡିର ସାଂସଦ ଭର୍ତ୍ତୃହରି ମହତାବଙ୍କଠାରୁ ସେ ପରାଜୟ ବରଣ କରିଥିଲେ । ଏହା ପରେ ଅପରାଜିତା ଏକ ପ୍ରକାର ରାଜନୀତିରୁ ଦୂରେଇ ଯାଇଥିଲେ

LEAVE A REPLY

Please enter your comment!
Please enter your name here