Home Uncategorized ବିଜେପିରେ ସାମିଲ ହେଲେ ଲୁଲୁଙ୍କ ପରିବାର ଓ ଲୁଲୁ ସେନା

ବିଜେପିରେ ସାମିଲ ହେଲେ ଲୁଲୁଙ୍କ ପରିବାର ଓ ଲୁଲୁ ସେନା

0

ଭୁବନେଶ୍ୱର: ବିଜେପିରେ ମିଶିଲେ ଲୁଲୁଙ୍କ ପରିବାର ଓ ଲୁଲୁ ସେନା । ଏଥିପାଇଁ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ମିଶ୍ରଣ ପର୍ବଣ ଆୟୋଜନ କରାଯାଇଥିଲା ।  ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମିଶ୍ରଣ ପର୍ବରେ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର, ଝିଅ ଉପାସନା ଓ ଲୁଲୁଙ୍କ ସମର୍ଥକ କୁହାଯାଉଥିବା ଲୁଲୁସେନାର ଶହ ଶହ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏଥିସହ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସତ୍ୟଜିତ ପଟ୍ଟନାୟକ ଓ ବ୍ରହ୍ମଗିରିର ତିନିଟି ବ୍ଲକର କଂଗ୍ରେସ ସଭାପତି ମଧ୍ୟ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।   ସେହିପରି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କେଭି ସିଂଦେଓ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

LEAVE A REPLY

Please enter your comment!
Please enter your name here