Home Uncategorized ବିଜେପୁରରେ ବିଜେଡ଼ିର ନାମାଙ୍କନ ପତ୍ର ଦାଖଲ କଲେ: ରୀତା ସାହୁ

ବିଜେପୁରରେ ବିଜେଡ଼ିର ନାମାଙ୍କନ ପତ୍ର ଦାଖଲ କଲେ: ରୀତା ସାହୁ

0
ବିଜେପୁର ଉପ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସରଗରମ ହେଉଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଦଳର ହେଭିୱେଟ୍‌ ନେତାଙ୍କ ସହିତ ବିରାଟ ପଟୁଆରରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ପ୍ରାର୍ଥିନୀ ରୀତା ସାହୁ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହଜାର ହଜାର ସମର୍ଥକଙ୍କ ଉପସ୍ଥିତିରେ ରୀତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।