Home Uncategorized ବିଜେପୁର ଉପନିର୍ବାଚନ: ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଅଶୋକ ପାଣିଗ୍ରାହୀ

ବିଜେପୁର ଉପନିର୍ବାଚନ: ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଅଶୋକ ପାଣିଗ୍ରାହୀ

0

ବରଗଡ଼ : ବିଜେପୁରରେ ଜୋର ଧରିଲା ନିର୍ବାଚନୀ ତାତି ।  ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ ନିର୍ବାଚନ ପାଇଁ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଜୋରଦାର ପ୍ରଚାର ଚାଲିଥିବା ବେଳେ, ଶୁକ୍ରବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଶୋକ ପାଣିଗ୍ରାହୀ ପ୍ରାର୍ଥୀପତ୍ର ପତ୍ର ଦାଖଲ କରିଛନ୍ତି ।

ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ୪ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଶୋକ । ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଅଶୋକଙ୍କ ସହ ବିଜେପିର ଅନେକ ରାଜ୍ୟସ୍ତରୀୟ ନେତାଙ୍କୁ ଦେଖିବାକୁ ମିଳିଥିଲା । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେ.ବି. ସିଂହଦେଓ, ଗୋଲକ ମହାପାତ୍ର, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ସହ ବିଜେପିରେ ଯୋଗ ଦେଇଥିବା ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ଥିଲେ ।

ନାମାଙ୍କନ ଭରିବା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚଥିଲେ ଅଶୋକ । ଏଭଳି ବିଶାଳ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଅଶୋକ । ଏହି ବିଶାଳ ଶୋଭାଯାତ୍ରାରେ ଗତକିଛି ଦିନ ପୂର୍ବେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ନେତା କମ ଅଭିନେତା ମିହିର ଦାସଙ୍କୁ ଦେଖିବାକୁ ମିଳିଥିଲା । ଏହାଛଡା ଅନୁ ଚୌଧୁରୀ ଓ ହରିହର ମହାପାତ୍ରଙ୍କୁ ମଧ୍ୟ ଅଶୋକଙ୍କ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । ନାମାଙ୍କନ ପତ୍ର ଦାଖଲ ପରେ ପ୍ରଚାର ମଇଦାନକୁ ଓହ୍ଲାଇବେ ଅଶୋକ ।

ଅଶୋକ ପାଣିଗ୍ରାହୀ କହିଛନ୍ତି-“ବିଜେପୁରରେ ଜଳସେଚନ ବ୍ୟବସ୍ଥା ନାହିଁ । ଯାହାଦ୍ୱାରା ଚାଷ ଉଜୁଡ଼ି ଯାଉଛି । ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ବାଧ୍ୟହୋଇ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଏପରି ସ୍ଥିତିରେ ରାଜ୍ୟ ସରକାର ଚାଷୀଙ୍କୁ ସହାୟତାର ହାତ ବଢ଼ାଇବା ପରିବର୍ତ୍ତେ ସମାଲୋଚନା କରୁଛି । ରାଜ୍ୟ ସରକାରଙ୍କ ଏପରି ଉଦ୍ୟମ ବିରୋଧରେ ମୁଁ ଲଢ଼େଇ ଜାରି ରଖିଛି ।”

 

LEAVE A REPLY

Please enter your comment!
Please enter your name here