Home Uncategorized ବିଜେପୁର ନିର୍ବାଚନ ପୂର୍ବରୁ ବିଜେଡି-କଂଗ୍ରେସ ବାକ୍‌ଯୁଦ୍ଧ

ବିଜେପୁର ନିର୍ବାଚନ ପୂର୍ବରୁ ବିଜେଡି-କଂଗ୍ରେସ ବାକ୍‌ଯୁଦ୍ଧ

0
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ । ନିୟମିତ ନେତାମାନଙ୍କର ବୟାନବାଜି ଚାଲିଛି । ଏହି ଉପନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ରୂପେ ଗଣନା କରାଯାଉଛି । ବିଜେଡି ଏହି ଆସନ ପାଇଁ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ  ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି । ତେବେ ଏହି ଆସନକୁ ନେଇ ତିନି ଦଳଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଥମିବାର ନାଁ ନେଉନାହିଁ ।  ପ୍ରାର୍ଥୀ ଓ ଦଳର ସ୍ଥିତିକୁ ନେଇ ଆଜି ବିଜେଡି ଓ କଂଗ୍ରେସ୍‌ ମୁହାଁମୁହିଁ ହୋଇଛନ୍ତି । ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି । ସୂର୍ଯ୍ୟ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ,‘ ତମାମ କଂଗ୍ରେସ-ବିଜେଡି ବିଜେପୁରରେ ଗୋଟିଏ । ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସର ସମସ୍ତ ନେତା ବିଜେଡିରେ ମିଶି ସାରିଲେଣି । କଂଗ୍ରେସର ଅବସ୍ଥା ସାଂଘାତିକ  ହେଲାଣି ।  ଏହି ରାଷ୍ଟ୍ରୀୟ ଦଳର ଆଉ ବାଟ ନାହିଁ । ଏହା ଏବେ ଭାଙ୍ଗିବା ସ୍ଥିତିରେ ରହିଛି ।  କେବଳ ଏତିକି ନୁହେଁ ସାରା ଭାରତରେ କଂଗ୍ରେସ ନେତୃତ୍ଵ ଭାଙ୍ଗି ସାରିଲାଣି ।  ନବୀନଙ୍କ ନୀତିନିୟମ ଯେ ମାନିବ ତାଙ୍କୁ ଦଳରେ ସାମିଲ କରିନେଵୁ ।  ବିଜେପୁରରେ ଆମର ବିଜୟ ସୁନିଶ୍ଚିତ ।’ ବିଜେଡି ଉପସଭାପତି ସୂର୍ଯ୍ୟ ପାତ୍ର ବିଜେପୁରରେ କଂଗ୍ରେସକୁ ନେଇ ଯେଉଁ ପ୍ରତିକ୍ରିୟା ଦେଇଥିଲେ, ତାର କଡ଼ା ଜବାବ ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ସୂର୍ଯ୍ୟ ପାତ୍ର ଠିକ୍ କଥା କହିଛନ୍ତି, କିନ୍ତୁ ଶବ୍ଦ ଓଲଟା କହିଛନ୍ତି । କଂଗ୍ରେସ ବିଜେଡ଼ିରେ ନୁହେଁ ବରଂ ବିଜେଡ଼ି କଂଗ୍ରେସରେ ମିଶିଯିବ । ଦୁଇ ତିନିବର୍ଷ ପରେ ବିଜେଡିର ସ୍ଥିତି ରହିବ ନାହିଁ । ତେଣୁ କିଛି ନେତା କଂଗ୍ରେସ ଓ ବିଜେପିରେ ମିଶିବେ ।  ସେ ଆହୁରି କହିଛନ୍ତି, “ନବୀନ ଅଛନ୍ତି ବୋଲି ବିଜେଡି ଅଛି । ନବୀନଙ୍କ ଅବସର ପରେ ବିଜେଡି ଆଉ ରହିବ ନାହିଁ ।”