Home ଓଡିଶା ବିଜେବି କଲେଜରେ ସାଇନ-ଏ-ଡାଏ ଘୋଷଣା ପରେ ରାସ୍ତାରୋକ

ବିଜେବି କଲେଜରେ ସାଇନ-ଏ-ଡାଏ ଘୋଷଣା ପରେ ରାସ୍ତାରୋକ

ଭୁବନେଶ୍ୱର: ରାଜ୍ୟର ସମସ୍ତ କଲେଜରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ନାମାଙ୍କନ ପତ୍ର ଦାଖଲ ହେବ । ଆଜି  ବାଣୀବିହାର ସମେତ ରାଜ୍ୟର ବିଭିନ୍ନ କଲେଜରେ ନାମାଙ୍କନ କରାଯାଉଛି ।  ଏଥିପାଇଁ କଲେଜଗୁଡିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ମାତ୍ର ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖାଦେଇଛି । ରାଜ୍ୟର ପ୍ରଖ୍ୟାତ ବିଜେବି କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖାଯାଇଛି । ତେଣୁ କଲେଜ କର୍ତ୍ତୃପକ୍ଷ ନିର୍ବାଚନକୁ ବାତିଲ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ -ଏ –ଡାଏ ଘୋଷଣା କରିଛନ୍ତି ।  ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଛାତ୍ରୀନିବାସ ଉପରେ ଘନଘନ ବୋମାମାଡ ହେବା ପରେ ଗତକାଲି ରାତିରେ ବସିଥିବା କଲେଜ ଅଧ୍ୟାପକ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ  ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତି ନେବାରୁ ଏହାପରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ରାଜନୈତିକ ଉଦେଶ୍ୟ ରଖି କଲେଜରେ ନିର୍ବାଚନ ବାତିଲ କରାଯାଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସାଇନ-ଏ-ଡାଏ ଘୋଷଣା ପରେ କ୍ଷୁବ୍ଧ ଛାତ୍ରଛାତ୍ରୀ ରାତିରେ ରାସ୍ତା ଅବରୋଧ କରିବା ସହିତ ଭଙ୍ଗାରୁଜା କରିଛନ୍ତି ।