Home Uncategorized ବିଜେଡ଼ିରେ ନରସିଂହ ମିଶିବା ପ୍ରସଙ୍ଗକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ

ବିଜେଡ଼ିରେ ନରସିଂହ ମିଶିବା ପ୍ରସଙ୍ଗକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ

0

ହକି ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ଗତକାଲି ବିରୋଧୀ ଦଳ ନେତା ନରସିଂହ ନବୀନଙ୍କ ବାସଭବନରେ ତାଙ୍କୁ ଭେଟି ଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା । ତେବେ ଏହି ଆଲୋଚନାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ହକି ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ନରସିଂହ ମିଶ୍ର ମୋତେ ଭେଟିବାକୁ ଆସିଥିଲେ ।  ସେ କହିଛନ୍ତି ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡ଼ି ସମଦୂରତା ରକ୍ଷା କରୁଛି । ସେହିପରି ଦିଲ୍ଲୀ ଗସ୍ତ ଦିନ ପ୍ରଧାନମନ୍ତ୍ରୀଙ୍କ ସହ ଭେଟି ତାଙ୍କୁ ‘ଦ ଟଲ୍‌ ମ୍ୟାନ୍‌’ ପୁସ୍ତକ ପ୍ରଦାନ କରିଥିଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  

LEAVE A REPLY

Please enter your comment!
Please enter your name here