Home Uncategorized ବିଧାନସଭାରେ ଦ୍ରବ୍ୟ ଓ ସେବାକର ବିଲ‌୍‍-୨୦୧୭ ଉପସ୍ଥାପିତ- ଅନୁଧ୍ୟାନ ପାଇଁ ସମୟ ମାଗିଲେ ବିରୋଧୀ

ବିଧାନସଭାରେ ଦ୍ରବ୍ୟ ଓ ସେବାକର ବିଲ‌୍‍-୨୦୧୭ ଉପସ୍ଥାପିତ- ଅନୁଧ୍ୟାନ ପାଇଁ ସମୟ ମାଗିଲେ ବିରୋଧୀ

0

ଭୁବନେଶ୍ୱର- ଆଜି ବିଧାନସଭାରେ ଜିଏସ‌୍‍ଟି ପାଇଁ ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ଦ୍ରବ୍ୟ ଓ ସେବାକର ବିଲ‌୍‍ ୨୦୧୭ ବିଲ‌୍‍ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବିଲ‌୍‍ ଉପସ୍ଥାପିତ କରିଥିଲେ । ଜିଏସ‌୍‍ଟି ବିଷୟରେ ଅନୁଧ୍ୟାନ ପାଇଁ ସମୟ ମାଗିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସଂସଦରେ ଏହି ବିଲ‌୍‍ ଆଗତ ହେବା ପାଇଁ ୧୧ବର୍ଷ ଲାଗିଥିବାବେଳେ ଆମକୁ ୧୧ ଘଣ୍ଟା ସମୟ ଦିଆଗଲା ନାହିଁ ବୋଲି ମନ୍ତୀ ଶ୍ରୀ ମିଶ୍ର କହିଥିଲେ । ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଆଧାରରେ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ରଖିଛନ୍ତି । ୨ଟି ବିଲକୁ କାର୍ଯ୍ୟପରାମର୍ଶଦାତା କମିଟିକୁ ପଠାଯାଇଛି। ଜିଏସ‌୍‍ଟି ବିଲ‌୍‍ର ଅର୍ଥ ଗୋଟିଏ ଦେଶ ଗୋଟିଏ କର ବ୍ୟବସ୍ଥା । ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଜିଏସ‌୍‍ଟି ବିଲ‌୍‍ ଆଗତ ହୋଇଛି ।

LEAVE A REPLY

Please enter your comment!
Please enter your name here