Home Uncategorized ବିଧାନସଭାରେ ମହାନଦୀ ତାତି:୫ଟାରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ବିଧାନସଭାରେ ମହାନଦୀ ତାତି:୫ଟାରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

0

ଭୁବନେଶ୍ୱର: ବିଧାନସଭାରେ ମହାନଦୀ ତାତି ପୁଣି ଜୋର ଧରିଛି । ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥବା ବିବାଦର ସମାଧାନର ପନ୍ଥା ବାହାରି ନ ଥିବାରୁ ଓଡ଼ିଶା ବିଧାନସଭାରେ ଗୁରୁବାର ହୋହାଲ୍ଲା ଦେଖାଯାଇଛି । ବିଧାନସଭା ଶୀତକାଳୀନ ଅଧିବେଶନରେ ଆଜି ମହାନଦୀ ପ୍ରସଙ୍ଗକୁ ନେଇ ଗୃହ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଶାସକ ଦଳର ସଦସ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ । ସେହିପରି କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟଭାଗରେ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ । ଗୃହରେ ହଟ୍ଟଗୋଳ ଦେଖାଦେବାରୁ ବାଚସ୍ପତି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ।

ଅପରପକ୍ଷରେ ମହାନଦୀ ପ୍ରସଙ୍ଗରେ ବିଷଦ୍‌ଭାବେ ବିଚାର ବିମର୍ଷ ପାଇଁ ବାଚସ୍ପତି ପ୍ରଦୀପ ଅମାତ ଗୁରୁବାର ଅପରାହ୍ନ ୫ଟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା, ସରକାରୀ ମୁଖ୍ୟସଚେତକ, ଉପ ମୁଖ୍ୟସଚେତକ, ବିରୋଧୀ ମୁଖ୍ୟସଚେତକ, ଭାଜପା ବିଧାୟକ ଦଳ ନେତା, ବିଧାୟକ ଜର୍ଜ ତିର୍କୀ, ଲକ୍ଷ୍ମଣ ମୁଣ୍ଡା ଓ ନୀତେଶ ଗଙ୍ଗଦେବ ଏହି ବୈଠକରେ ଯୋଗଦେବେ । ବୈଠକ ପରେ ସନ୍ଧ୍ୟା ୬ଟାରେ ବାଚସ୍ପତି ବିଧାନସଭା କାର୍ଯ୍ୟ ଆରମ୍ଭ କରିବେ ।

ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ହୋଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଆପୋଷ ସମାଧାନ ହେଉ ବୋଲି ପ୍ରସ୍ତାବ ରଖିଛନ୍ତି । ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ଅନୁଯାଇ ଟ୍ରିବ୍ୟୁନାଲ ଗଠନ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି କେନ୍ଦ୍ର କହିଛି । କେନ୍ଦ୍ର କହିଛି, ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ମାଧ୍ୟମରେ ସମସ୍ୟାର ସମାଧାନ ହେଉ ।

LEAVE A REPLY

Please enter your comment!
Please enter your name here