Home Uncategorized ବିଧାନସଭା ଆରମ୍ଭରୁ ଅଚଳ, ପିସି କାରବାର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା, ୩ଟା ଯାଏଁ...

ବିଧାନସଭା ଆରମ୍ଭରୁ ଅଚଳ, ପିସି କାରବାର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା, ୩ଟା ଯାଏଁ ଗୃହ ମୁଲତବୀ

0

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ । ମାତ୍ର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ହୋଇଥିଲା । ବିଧାନସଭା ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକମାନେ ପୋଡିୟମ ନିକଟକୁ ଯାଇ ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ ପିସି ବନ୍ଦର ଆହ୍ୱାନ ଦେଇଛନ୍ତି । ହେଲେ ତା ଉପରେ ଆଲୋଚନା କରିବାକୁ ଚାହୁଁନାହାନ୍ତି । ବାଚସ୍ପତି ଜାଣିଶୁଣି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଲୋଚନା ବନ୍ଦ କରିଛନ୍ତି ବୋଲି ତାରା ପ୍ରସାଦ ବାହିନୀପତି ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ, ପିସି କାରବାର ନେଇ ବିଜେପି ନେତା ରବି ନାୟକ ପ୍ରତିକ୍ରିୟା ରଖିଛନ୍ତି । ତୃତୀୟ ମହଲାରୁ ଆରମ୍ଭ କରି ସବୁଆଡେ ପିସି କାରବାର ଚାଲିଥିବା ରବି ନାୟକ ଅଭିଯୋଗ କରିଛନ୍ତି । ପିସି କାରବାର ଯୋଗୁଁ କାମର ମାନ ଖରାପ ହେଉଛି ଏଣୁ ସରକାର ତୁରନ୍ତ ଲୋକାୟୁକ୍ତ ଗଠନ କରନ୍ତୁ ବୋଲି ରବି ଦାସ କହିଛନ୍ତି । ଏଠାରେ ପ୍ରକାଶ ଥାଉ କି,   ଆଜିର ଅଧିବେଶନରେ ଭୂମି ଅଧିକାର ବିଲ୍‌ ଉପରେ ମଧ୍ୟ ଆଲୋଚନା ହେବାର ଥିଲା ।

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଆଜି  ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।  

LEAVE A REPLY

Please enter your comment!
Please enter your name here