Home Uncategorized ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଅଚଳ

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଅଚଳ

0

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ । ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ଡିସେମ୍ବର ୩୦ ଯାଏ ଚାଲିବାକୁ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ୨ ଜଣ ଦିବଂଗତ ପୂର୍ବତନ ବିଧାୟକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ସେ ୨ ଜଣ ହେଲେ ସ୍ୱର୍ଗତ  ମୁରଲୀଧର ଗୁରୁ(ବଲାଙ୍ଗୀର) ଏବଂ ସ୍ୱର୍ଗତ ସମାୟ କିସ୍କୁ(ବାରିପଦା)। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଗତ ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ଭାଜପା ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ସମର୍ଥନ କରିଥିଲେ । ଏହାପରେ ବାଚସ୍ପତି ପ୍ରଦୀପ ଅମାତ ଦିବଂଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ସଂକ୍ଷିପ୍ତ ବିବରଣୀ ରଖି ଏକ ମିନିଟ ନୀରବ ପ୍ରାର୍ଥନା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ନୀରବ ପ୍ରାର୍ଥନା ପରେ ପରେ ବିରୋଧୀ ଦଳ ନେତାମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ । ସେମାନେ ନଷ୍ଟ ହୋଇଯାଇଥିବା ଧାନକେଣ୍ଡା ଦେଖାଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ୧ ଘଣ୍ଟା ପାଇଁ ଗୃହକୁ ମୁଲତବୀ ରଖିଥିଲେ । ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀମାନେ ପୁଣି ହୋ ହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ପୁନର୍ବାର ମୁଲତବୀ ରଖିଛନ୍ତି ।

ସେପଟେ ବିରୋଧୀଙ୍କୁ ଜବାବ ଦେବାକୁ ବିଜେଡି ମଧ୍ୟ ଗୃହ ବାହାରେ ଧାରଣା ଦେଇଛି । ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡିର ସମସ୍ତ ବିଧାୟକ ବିଧାନସଭା ବାହାରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here