Home ଓଡିଶା ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ବିଜେଡି

ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ବିଜେଡି

ଭୁବନେଶ୍ୱର: ବାଙ୍କି ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ନିଲମ୍ବନ ଆଦେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରତ୍ୟାହାର କରିଛନ୍ତି । ଚିଟ୍‌ଫଣ୍ଡ କମ୍ପାନୀଠାରୁ ଅର୍ଥ ନେବା ମାମଲାରେ ସିବିଆଇ ପ୍ରଭାତଙ୍କୁ ଗିରଫ କରିଥିଲା । ଏହା ପରେ ୨୦୧୪ ଅକ୍ଟୋବରରେ ଦଳରୁ ସେ ନିଲମ୍ବିତ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଚିଟ୍‌ ଫଣ୍ଡ ମାମଲାରେ ଶ୍ରୀ ତ୍ରିପାଠୀଙ୍କୁ ଓଡ଼ିଶା ହାଇର୍ଟ ଦେଇଥିବା ଜାମିନ୍‌ ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ମାତ୍ର ସିବିଆଇର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ବିଜେଡି ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି ।