Home Uncategorized ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ

ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ

0
କଟକ: ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଓଡ଼ିଶା ହାଇକୋର୍ଟ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କର ସଭ୍ୟପଦ ରଦ୍ଦ କରିଛନ୍ତି । ଫଳରେ ଶ୍ରୀ ସିଂ ଓଡ଼ିଶା ବିଧାନସଭାରେ ତାଙ୍କର ସଦସ୍ୟତା ହରାଇବେ । ନିର୍ବାଚନ ସମୟରେ ସତ୍ୟପାଠ ଦାଖଲ ସମୟରେ ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦେଇଥିବାରୁ ମାନ୍ୟବର ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ସେ କଂଗ୍ରେସ ଟିକେଟରୁ ବିଜୟ ଲାଭ କରିଥିଲେ । ଏହି ନିର୍ବାଚନକୁ   ହାଇ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ସମୟରେ ସେ ନିଜକୁ ଭୂୟାଁ ଜାତିର ବୋଲି ଦର୍ଶାଇ ନିର୍ବାଚନ କମିସନ୍‌ଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ । ତାଙ୍କ ବିରୋଧରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ନିର୍ବାଚିତ ହୋଇଥିବା ଅଭିଯୋଗ ଥିଲା । ଜାଲ୍ ଜାତି ପ୍ରମାଣପତ୍ର ନେଇ ହାଇକୋର୍ଟରେ ୨ଟି ମାମଲା ତାଙ୍କ  ବିରୋଧରେ ଚାଲିଥିଲା । ବିଜେପି ପ୍ରାର୍ଥୀ ସହଦେବ ଖାଖା ଏବଂ ଜଣେ ସାଧାରଣ ଭୋଟର ଅଜୟ ପଟେଲ ଏହି ମାମଲା ଦାୟର କରିଥିଲେ । ଉଭୟ ମାମଲା ଆଧାରରେ ହାଇକୋର୍ଟ ତାଙ୍କ ପଦ ରଦ୍ଦ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଯୋଗେଶ ସିଂ କହିଛନ୍ତି କି ତାଙ୍କର ନ୍ୟାୟପାଳିକା ଉପରେ ଭରସା ରହିଛି । ସେ ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିବେ ।