Home Uncategorized ବିଧିବଦ୍ଦ ଭାବେ ବିଜେଡିରେ ମିଶିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ

ବିଧିବଦ୍ଦ ଭାବେ ବିଜେଡିରେ ମିଶିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ

0

ବିଜେଡିରେ ଯୋଗଦେଇଛନ୍ତି ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ଅଚ୍ୟୁତ ସାମନ୍ତ। ଆଜି ଉଭୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡିରେ ଯୋଗଦେବା ପରେ ସୌମ୍ୟରଞ୍ଜନ କହିଛନ୍ତି,“ମୁଁ କୌଣସି ସର୍ତ୍ତ ରଖି ବିଜେଡିରେ ମିଶି ନାହିଁ I  ମୋ ପାଇଁ ଦଳ ଅପେକ୍ଷା ପ୍ରସଙ୍ଗ ଗୁୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସ୍ୱାର୍ଥ ପାଇଁ ମୁଁ ବିଜେଡ଼ିରେ ଯୋଗ ଦେଇଛି I

ଦୈନିକ ‘ସମ୍ବାଦର’ ସେ ସମ୍ପାଦକ। ପୂର୍ବରୁ ସେ ବିଜେପି ଓ କଂଗ୍ରେସ ଦଳ ସହିତ ଜଡିତ ଥିଲେ।୨୦୦୯ରେ ସେ କଂଗ୍ରେସ ଟିକେଟରେ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ହେଁ ପରାସ୍ତ ହୋଇଥିଲେ। ୨୦୧୩ରେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ଏହାପରେ ଆମ ଓଡିଶା ପାର୍ଟି ଗଠନ କରିଥିଲେ। ୨୦୧୪ରେ ଆମ ଓଡ଼ିଶା ପାର୍ଟିର ପ୍ରାର୍ଥୀ ଭାବେ ଖଣ୍ଡପଡାରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। ସୌମ୍ୟରଞ୍ଜନ ନବନିର୍ମାଣ କୃଷକ ସଂଗଠନ ଏବଂ ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଉପଦେଷ୍ଟା ରହିବା ସହ ଭାଷା ଆନ୍ଦୋଳନ ସହ ଜଡିତ ଅଛନ୍ତି।

ସେହିପରି ସମାଜସେବୀ ଅଚ୍ୟୁତ ସାମନ୍ତ ମଧ୍ୟ ଆଜି ବିଜେଡିରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଦ ଭାବେ ଅଚ୍ୟୁତଙ୍କ ବିଜେଡିରେ ଯୋଗ ଦେବା ନେଇ ଘୋଷଣା କରିଥିଲେ। କିଟ୍ ଏବଂ କିସ୍ ଭଳି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ହେଉଛନ୍ତି ଅଚ୍ୟୁତ ସାମନ୍ତ।

LEAVE A REPLY

Please enter your comment!
Please enter your name here