Home Uncategorized ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅନନ୍ତ ଓଝାଙ୍କ ପରଲୋକ

ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅନନ୍ତ ଓଝାଙ୍କ ପରଲୋକ

0

କେନ୍ଦ୍ରାପଡ଼ା: ଓଡ଼ିଆ ଯାତ୍ରା ଜଗତର ସୁପରିଚିତ ନାଟ୍ୟକାର ତଥା ନିର୍ଦ୍ଦେଶକ ଅନନ୍ତ ଓଝାଙ୍କର ଆଜି ୫୯ ବର୍ଷ ବୟସରେ ଦେହାନ୍ତି ଘଟିଛି । ବେଙ୍ଗାଲୁରୁର ଏଚ୍‌ସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଓଝାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । 

ଅଗଣିତ ଯାତ୍ରା ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ନାଟ୍ୟକାର ଅନନ୍ତ ଓଝା ପ୍ରାୟ ୩ ଦଶନ୍ଧି ଧରି ନାଟ୍ୟ ଜଗତରେ ସକ୍ରିୟ ଥିଲେ । ସେ ୨୦୦ରୁ ଅଧିକ ହିଟ୍ ନାଟକର ରଚନା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି  । ଜୀଅନ୍ତା ଶବ, କଂସେଇ ଖାନା, ବିଦେଶିନୀ ଓ ମାଇଚିଆ ଗୋଖେଇ ସାହୁ ଭଳି ତାଙ୍କ ରଚିତ ହିଟ୍ ନାଟକର ତାଲିକା ବେଶ୍ ଲମ୍ବା । ତାଙ୍କ ପାଇଁ ରାଜ୍ୟର ବହୁ ନାମୀଦାମୀ ଯାତ୍ରା ପାର୍ଟି ଆଜି ଦର୍ଶକୀୟ ଆଦ୍ରୁତି ହାସଲ କରିଥିବା ବେଳେ ବହୁ କଳାକାର ଯାତ୍ରା ଜଗତରେ ପ୍ରତିଷ୍ଠିତ ହେବା ସହ ନାଁ କମାଇ ପାରିଛନ୍ତି । ନିଜସ୍ୱ ଯାତ୍ରା ନାଟକରେ ଭିନ୍ନ ଭିନ୍ନ ଚରିତ୍ର ସୃଷ୍ଟି କରି ଅଗଣିତ ଯାତ୍ରା ଦର୍ଶକଙ୍କୁ ରାତିରାତି ଉଜାଗର ରଖିପାରୁଥିବା ଅନନ୍ତ ଓଝା ବାସ୍ତବ ଜୀବନରେ ନିଦ କଣ ଭୁଲିଯାଇଥିଲେ । ୨୦୧୩ରେ ମୁକ୍ତିଲାଭ କରିଥିବା ଓଡିଆ ଫିଲ୍ମ ଏସିପି ସାଗରିକାର ସଂଳାପ ଲେଖିଥିଲେ ଶ୍ରୀଯୁକ୍ତ ଓଝା ।

LEAVE A REPLY

Please enter your comment!
Please enter your name here