Home Uncategorized ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କାଠ ଚିରା ଶୁଭାରମ୍ଭ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କାଠ ଚିରା ଶୁଭାରମ୍ଭ

0

କଟକ : କଟକ ନୂଆପଡାସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମ କରତକଳରେ ଆଜି ପ୍ରଥମ କାଠ ଚିରା ଅନୁକୂଳ ହୋଇଥିଲା। ଆଗାମୀ ଦୁଇ ମାସ ଧରି ରଥ ନିର୍ମାଣ ପାଇଁ କାଠଚିରା ଚାଲୁରହିବ। ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟ ଦିନ ରଥନିର୍ମାଣ ଶୁଭାରମ୍ଭ ହେବ। ଅକ୍ଷୟ ତୃତୀୟା ପରେ ମଧ୍ୟ ରଥନିର୍ମାଣ କରୁଥିବା ମୁଖ୍ୟ ମହାରଣାଙ୍କ ବରାଦି ଅନୁସାରେ କାଠ ଚିରାଯାଇ ପଠାଯିବ ବୋଲି ସୂଚନା ମିଳିଛି। ଶ୍ରୀରାମ ନବମୀର ପୂର୍ବାହ୍‌ଣ ୮ଟା ୪୦ ମିନିଟ୍‌ରେ କାଠଚିରା ପାଇଁ ଶୁଭବେଳା ଧାର୍ଯ୍ୟ କରାଯାଇଥିଲା। ଆଜି ଠିକ୍‌ ୮ଟା ୪୦ ମିନିଟ୍‌ ସମୟରେ ତିନି ରଥ ପାଇଁ ତିନିଟି ବିଡ୍‌ (ଧଉରା) କାଠଚିରା ଅନୁକୂଳ ହୋଇଥିଲା। ଶ୍ରୀରାମ ନବମୀଠାରୁ ରଥ ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ବିଭିନ୍ନ ଆକାର ଓ ଆବଶ୍ୟକତା ଅନୁଯାୟୀ ଏଠାରେ କାଠ କଟାଯାଇ ପୁରୀକୁ ପଠାଯିବ। ରଥ ନିର୍ମାଣ ପାଇଁ ନୟାଗଡ଼, ବୌଦ୍ଧ, ଖୋର୍ଧା ଜୋନ୍‌ରୁ କାଠ ଆସୁଥିବା ବେଳେ ପ୍ରଥମ ଦିନରେ ଯେଉଁ କାଠ କଟାଯାଇଛି ତାହା ବୌଦ୍ଧ ବନଖଣ୍ଡରୁ ଆସିଥିବା ନିଗମ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here