Home ଦେଶ ବିଦେଶ ବିଶ୍ୱର ପ୍ରଥମ କରୋନା ଟିକା ପଂଜୀକରଣ କଲା ଋଷିଆ

ବିଶ୍ୱର ପ୍ରଥମ କରୋନା ଟିକା ପଂଜୀକରଣ କଲା ଋଷିଆ


ମସ୍କୋ : ଋଷିଆ ବିଶ୍ୱର ପ୍ରଥମ କରୋନା ଟିକାର ପଂଜୀକରଣ କରିଛି ବୋଲି ଏହାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଆଜି ଏକ ଟେଲିଭିଜନ ଭାଷଣ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି ।
ଏହି ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି । ଏହି ଟିକାକୁ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ ।
ଗତ ଜୁନ ୧୮ରେ ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା ଓ ୩୮ ଜଣ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯାଇଥିଲା । ସେମାନଙ୍କ ଶରୀରରେ କରୋନାକୁ ପ୍ରତିରୋଧ କରିବାକୁ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥିଲା । ପ୍ରଥମ ଗ୍ରୁପ ସ୍ୱେଚ୍ଛାସେବୀଙ୍କୁ ଜୁଲାଇ ୧୫ରେ ଓ ୨ୟ ଗ୍ରୁପକୁ ଜୁଲାଇ ୨୦ରେ ହସପିଟାଲରୁ ଛଡ଼ା ଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ଋଷିଆ କରୋନା ଗବେଷଣା ଜ୍ଞାନକୌଶଳ ଚୋରିକରିଛି ବୋଲି ବ୍ରିଟେନ ଓ ଆମେରିକା ସମେତ କେତେକ ପାଶ୍ଚାତ୍ୟ ଦେଶ ଅଭିଯୋଗ କରୁଛନ୍ତି । ତେବେ ଋଷିଆ ସରକାର ଏହାକୁ ଖଣ୍ଡନ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |