Home ଦେଶ ବିଦେଶ ବେଆଇନ୍‌ ଖଣିରୁ ଶତ ପ୍ରତିଶତ ଜରିମାନା ଆଦାୟ ହେବ-ସୁପ୍ରିମ୍‌ କୋର୍ଟ

ବେଆଇନ୍‌ ଖଣିରୁ ଶତ ପ୍ରତିଶତ ଜରିମାନା ଆଦାୟ ହେବ-ସୁପ୍ରିମ୍‌ କୋର୍ଟ

0

ନୂଆଦିଲ୍ଲୀ: ଓଡ଼ିଶାରେ ଖଣି ଅନିୟମିତତା ସମ୍ପର୍କରେ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ମାନ୍ୟବର ସୁପ୍ରିମ କୋର୍ଟ  ବେଆଇନ ଖଣିରୁ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣି ମାଲିକ ଶତ ପ୍ରତିଶତ ଜରିମାନା ଦେବାକୁ ବାଧ୍ୟ ବୋଲି ଏହି ରାୟରେ ସୁପ୍ରିମକୋର୍ଟ କହିଛନ୍ତି । ଡିସେମ୍ବର ୩୧ ସୁଦ୍ଧା ଜରିମାନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟରେ ବେଆଇନ ଭାବେ ଚାଲିଥିବା ଖଣିଗୁଡ଼ିକୁ ଚିହ୍ନଟ କରିବା ଲାଗି ଏକ କମିଟି ଗଠନ କରିବାକୁ କହିଛନ୍ତି ସୁପ୍ରିମ୍‌ କୋର୍ଟ । ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯିବ ।
ସୂଚନାଯୋଗ୍ୟ ଯେ, ଖଣି ଅନିୟମିତତା ମାମଲାରେ ସ୍ୱେଚ୍ଛାସେବୀ ସଂଗଠନ ‘କମନ୍‌ କଜ୍‌’ ପକ୍ଷରୁ କରାଯାଇଥିବା ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ଏହି ସଂଗଠନ ବେଆଇନ୍‌ ଖଣି ମାମଲାରେ ସିବିଆଇ ତଦନ୍ତ ସହ ଶତପ୍ରତିଶତ ଜରିମାନା ପାଇଁ ଦାବି କରିଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ ଶତପ୍ରତିଶତ ଜରିମାନା କରିଛନ୍ତି ସତ କିନ୍ତୁ ଏହି ମାମଲା ଏବେ ବିଚରାଧୀନ ଥିବାରୁ ସିବିଆଇ ତଦନ୍ତ ଅନୁରୋଧକୁ ମନା କରିଛନ୍ତି ।
 
ସେହିପରି  ଜିନ୍ଦଲ, ସାରଦା ମାଇନ୍ସ ଓ ଏସେଲ୍‌ କୋର୍ଟଙ୍କ ନିକଟରେ  ଦାୟର କରିଥିବା ସେମାନଙ୍କ ଖଣି ସଂକ୍ରାନ୍ତୀୟ ମାମଲାର ବିଚାର ୨ ସପ୍ତାହ ମଧ୍ୟରେ ହେବ ବୋଲି କୋର୍ଟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here