Home ଓଡିଶା ବୈଜୟନ୍ତଙ୍କୁ ପଦ ଛାଡ଼ିବା ପାଇଁ ବିଜେଡ଼ିର ପ୍ରେସମିଟ

ବୈଜୟନ୍ତଙ୍କୁ ପଦ ଛାଡ଼ିବା ପାଇଁ ବିଜେଡ଼ିର ପ୍ରେସମିଟ

ବୈଜୟନ୍ତ ପଦ ଛାଡ଼ନ୍ତୁ । ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ପଦରୁ ଓହରି ଯାଆନ୍ତୁ । ଲାଭଜନକ ପଦରେ ଥାଇ ଭୋଟରକୁ ଲୁଚାଇଛନ୍ତି । ତେଣୁ ତାଙ୍କର ସାଂସଦ ଭାବରେ ରହିବାର ଆଉ କୌଣସି ନୈତିକତା ନାହିଁ ବୋଲି ଆଜି ଏକ ପ୍ରେସମିଟରେ ବିଜେଡ଼ି କହିଛି । ଗତ ବୁଧବାର ଦିନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏକ ଲିଖିତ ନିର୍ଦ୍ଦେଶ ପାଠ କରି ବୈଜୟନ୍ତଙ୍କୁ ବିଜେଡ଼ିରୁ ନିଲମ୍ବିତ ନିଷ୍ପତ୍ତି ଶୁଣାଇଥିଲେ । ଆଜି ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲ ଓଡ଼ିଆରେ ଲିଖିତ କାଗଜ ପଢି ବୈଜୟନ୍ତ ସାଂସଦ ପଦରୁ ଓହରି ଯାଆନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ବେଦପ୍ରକାଶଙ୍କ ପରେ ଇଂରାଜୀ ପାଠ କୁ  ପଢିଥିଲେ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର । ଆୟୋଜିତ ପ୍ରେସମିଟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବେଦପ୍ରକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସାଂସଦ ପଣ୍ଡାଙ୍କୁ ପଦ ଛାଡ଼ିବା ପାଇଁ ଲେଖା କାଗଜ ପଢିଥିଲେ ।