Home ଅପରାଧ ବୋହୂକୁ ଦୁଷ୍କର୍ମ କରିଥିବା ୫୨ ବର୍ଷିୟ ଶ୍ୱଶୁର ଗିରଫ

ବୋହୂକୁ ଦୁଷ୍କର୍ମ କରିଥିବା ୫୨ ବର୍ଷିୟ ଶ୍ୱଶୁର ଗିରଫ

0

ରାଜନଗର ପୋଲିସ ଏକ ଲିଖିତ ଅଭିଯୋଗକ୍ରମେ ବଡ଼ ନାଭକୋଣା ଗ୍ରାମର କ୍ଷୀରୋଦ ଭଦ୍ରାଙ୍କୁ ଗିରଫ କରିଥିବା ଜଣାଯାଇଛି । କ୍ଷୀରୋଦ ନିଜ ପୁତ୍ରର ଅନୁପସ୍ଥିତିର ଫାଇଦା ନେଇ ନିଜ ବୋହୂକୁ ବିଗତ ଦେଢ ବର୍ଷ ଧରି ଦୁଷ୍କର୍ମ କରି ଆସୁଥିବା ନେଇ ବୋହୂଟି ଅଭିଯୋଗ କରିଥିଲା ।

ନିଜ ବାପା ଙ୍କ ସହ ରାଜନଗର ଥାନାରେ ପହଂଚି ବୋହୂଟି ନିଜ ଶ୍ୱଶୁରର ସୈତାନ ଚେହେରା ଉପରୁ ପରଦା ଉଠାଇଥିଲେ । ଦୁଇ ବର୍ଷ ତଳେ ସନ୍ଥପଡ଼ା ଗାଁର ଝିଅଟି ବଡ଼ ନାଭକଣା ବିବାହ ହୋଇ ଆସିଥିଲା । ୬ ମାସ ତଳେ ସ୍ୱାମୀ ହାଇଦ୍ରାବାଦ କାମ କରିବା ପାଇଁ ଚାଲିଯିବା ପରେ ଶ୍ୱଶୁର ବୋହୂଟିକୁ ଶର୍ଯ୍ୟାସଙ୍ଗିନୀ ସଜାଇଥିଲେ । ପ୍ରଥମେ ଗୋଡ଼ ହାତ ବାନ୍ଧି ଓ ପାଟିରେ ଗାମୁଛା ଭର୍ତ୍ତି କରି ଦୁଷ୍କର୍ମ କରିବା ପରେ ବୋହୂଟି ଲୋକଲଜ୍ଜା କୁ ଡ଼ରି ନୀରବ ରହିଥିଲା । ଦୀର୍ଘ ଦେଢ ବର୍ଷ ଧରି ଏଭଳି କାଣ୍ଡ ଚାଲିଥିଲା ବୋଲି ବୋହୂଟି ଥାନାରେ ଲିଖିତ ଅଭିଯୋଗ କରିଥିଲା । ରାଜନଗର ପୋଲିସ ଅଭିଯୁକ୍ତ ଶ୍ୱଶୁର କ୍ଷୀରୋଦ ଭଦ୍ରାକୁ ଗିରଫ କରିଥିବା ଜଣାଯାଇଛି । କ୍ଷୀରୋଦଙ୍କ ନାମରେ ୩୭୬, ୫୦୬ ଦଫାରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here