Home Uncategorized ବ୍ରହ୍ମଗିରିରେ ମଧ୍ୟଯୁଗୀୟ ଦଣ୍ଡ, ବାଇକ ପଛରେ ଯୁବକଙ୍କୁ ଚେନରେ ବାନ୍ଧି ଦେଢ କିଲୋମିଟର ଦଉଡାଇ ଥାନାକୁ...

ବ୍ରହ୍ମଗିରିରେ ମଧ୍ୟଯୁଗୀୟ ଦଣ୍ଡ, ବାଇକ ପଛରେ ଯୁବକଙ୍କୁ ଚେନରେ ବାନ୍ଧି ଦେଢ କିଲୋମିଟର ଦଉଡାଇ ଥାନାକୁ ନେଲେ

0

ବ୍ରହ୍ମଗିରି:ଭାରତୀୟ ନ୍ୟାୟ ବ୍ୟବସ୍ଥା ଅନୁସାରେ ଅପରାଧ କରିଥିବା ବ୍ୟକ୍ତିକୁ କୋର୍ଟ ଦଣ୍ଡବିଧାନ କରିଥାଏ । ମାତ୍ର କୌଣସି ଲୋକ ମନଇଚ୍ଛା ଦଣ୍ଡବିଧାନ କରିପାରିବ ନାହିଁ । ଯଦି କେଉଁଠି କିଏ ଦଣ୍ଡବିଧାନ କରନ୍ତି ତାହା ନ୍ୟାୟିକ ବ୍ୟବସ୍ଥା ବିରୋଧୀ । ଆଜିକାଲି ଲୋକେ ଯେପରି ଆଇନ୍‌କୁ ହାତକୁ ନେଉଛନ୍ତି ତାହା ବିଡମ୍ବନାର ବିଷୟ । 
ପୁରୀ ବ୍ରହ୍ମଗିରି ଥାନା ବେଣ୍ଟପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରିଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଯେପରି ଢଙ୍ଗରେ ଦଣ୍ଡ ଦେଇଛନ୍ତି ତାହା ମଧ୍ୟଯୁଗୀୟ ଦଣ୍ଡକୁ ମନେ ପକାଇ ଦେଇଛି ।  ଅଭିଯୁକ୍ତଙ୍କୁ ଧରିବା ପରେ ପୋଲିସକୁ ଡାକି ଜିମା ଦେବା ବଦଳରେ ମହିଳାଙ୍କ ସମ୍ପର୍କୀୟମାନେ ତାଙ୍କୁ ବାଇକ୍‌ ପଛରେ ଏକ ଚେନ୍‌ରେ ବାନ୍ଧି ପାଖାପାଖି ଦେଢ କିଲୋମିଟର ଦୌଡ଼ାଇ ଦୌଡ଼ାଇ ଥାନାକୁ ନେଇଛନ୍ତି । ଯାହା ସାରା ରାଜ୍ୟର ଚର୍ଚ୍ଚାର ବିଷୟ ହୋଇଛି । 
ସୂଚନା ମୁତାବକ,ପୁରୀ ସଦର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଜଣେ ଯୁବକ ମୋବାଇଲରେ ବାରମ୍ୱାର ଅଶ୍ଲୀଳ ବ୍ୟବହାର କରୁଥିଲେ । ଏହାକୁ ନେଇ ମହିଳାଙ୍କ ପରିବାରରେ ଅଶାନ୍ତି  ଦେଖାଦେଇଥିଲା । ପରେ ମହିଳା ଜଣକ ତାଙ୍କ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ କହିଥିଲେ ।  ଏହାର ଉପାୟ ଚିନ୍ତା କରି ମହିଳା ଜଣକ ବ୍ରହ୍ମଗିରି ବେଣ୍ଟପୁର ଗାଁକୁ ତାଙ୍କୁ ହଇରାଣ କରୁଥିବା ଯୁବକକୁ ଦେଖାକରିବାକୁ ଡାକିଥିଲେ । ଉକ୍ତ ଯୁବକ ଜଣକ ମହିଳାଙ୍କୁ  ଦେଖାକରିବାକୁ ଆସିଥିଲାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ମହିଳାଙ୍କ ସମ୍ପର୍କୀୟ ଲୋକେ ତାଙ୍କୁ କାବୁ କରିନେଇଥିଲେ । ପ୍ରଥମେ ତା’ର ଦୁଇ ହାତକୁ ଚେନ୍‌ରେ ବାନ୍ଧିଲେ । ସେହି ଚେନ୍‌କୁ ବାଇକ୍‌ ପଛରେ ବାନ୍ଧି ପାଖାପାଖି ଦେଢ଼ କିଲୋମିଟର ଦୌଡ଼ାଇ ଥାନାକୁ ଆଣିଥିଲେ । 
 
 
ଥାନାରେ ପହଞ୍ଚିବା ପରେ ପୋଲିସ ଘଟଣା ବିଷୟରେ ଅବଗତ ହୋଇ ଅଭିଯୁକ୍ତ ଓ ଗାଡି ପଛରେ ବାନ୍ଧିଥିବା ଲୋକମାନଙ୍କୁ ଥାନାରେ ଅଟକ ରଖିଛି ।  

LEAVE A REPLY

Please enter your comment!
Please enter your name here