Home Uncategorized ବ୍ରହ୍ମଗିରି ବିଧାନସଭା ନିର୍ବାଚନ ଅନିୟମିତତା ମାମଲା: ସଞ୍ଜୟ ଦାସବର୍ମାଙ୍କ ସ୍ପେଶାଲ ଲିଭ୍ ପିଟିସନ୍ ଖାରଜ

ବ୍ରହ୍ମଗିରି ବିଧାନସଭା ନିର୍ବାଚନ ଅନିୟମିତତା ମାମଲା: ସଞ୍ଜୟ ଦାସବର୍ମାଙ୍କ ସ୍ପେଶାଲ ଲିଭ୍ ପିଟିସନ୍ ଖାରଜ

0

ଭୁବନେଶ୍ୱର: ବ୍ରହ୍ମଗିରି ନିର୍ବାଚନ ଅନିୟମିତତା ମାମଲାରେ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ସୁପ୍ରିମକୋର୍ଟରୁ ‍ବଡ଼ ଝଟକା ଲାଗିଛି । ସଞ୍ଜୟଙ୍କ ସ୍ୱତନ୍ତ୍ର ଲିଭ୍ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ସଞ୍ଜୟଙ୍କ ଆବେଦନକୁ ଖାରଜ କରିଦେଇଥିଲେ ହାଇକୋର୍ଟ । ସୁପ୍ରିମକୋର୍ଟ ଲିଭ୍‌ ପିଟିସନକୁ ଖାରଜ କରିଦେବା ପରେ ହାଇକୋର୍ଟରେ ସଞ୍ଜୟଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲା ଜାରି ରହିବ ।

ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ନେଇ ସଞ୍ଜୟଙ୍କ ପ୍ରତିଦ୍ୱନ୍ଦ୍ୱୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ତେବେ ଏହି ମାମଲାକୁ ଖାରଜ କରିବା ଲାଗି ହାଇକୋର୍ଟରେ ଆବେଦନ କରିଥିଲେ ସଞ୍ଜୟ । ପ୍ରାଥମିକ ସ୍ତରରେ ନିର୍ବାଚନୀ ମୋକଦ୍ଦମାକୁ ଖାରଜ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ଏହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ଲୁଲୁଙ୍କ ପରଲୋକ ପରେ ତାଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର ମୋକଦ୍ଦମା ଲଢିବା ପାଇଁ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here