Home ଅପରାଧ ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ଼ା ଆହତ

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ଼ା ଆହତ

0

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଇଗଣବାଡ଼ି ଛକରେ ପୋଲିସ୍‌ ଏକକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଗୌଡ଼ା ଆହତ ହୋଇଛି । ସଦରଥାନା ପୋଲିସ ନୂଆବାଇଗଣବାଡ଼ି ଠାରେ ସନ୍ତୋଷ ଯାଉଥିବା ବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସନ୍ତୋଷ ପ୍ରଥମେ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସ ପାଲଟା ଗୁଳି ଚଳାଇବାରୁ ସନ୍ତୋଷର ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ଫଳରେ ସେ ପଡ଼ିଯାଇଥିଲା । ପୋଲିସ ସନ୍ତୋଷକୁ କାବୁ କରି ବ୍ରହ୍ମପୁରସ୍ଥିତ ଏମ କେ ସି ଜି ଡାକ୍ତରଖାନାରେ ଭର୍ତ୍ତି କରିଛି । ସନ୍ତୋଷ ଠାରୁ ଗୋଟିଏ ପିସ୍ତଲ, ୩ ରାଉଣ୍ଡ ଗୁଳି, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ସନ୍ତୋଷ ନାମରେ ହତ୍ୟା ଉଦ୍ୟମ, ଡକାୟତି, ରାହାଜାନୀ ଆଦି ବିଭିନ୍ନ ଥାନାରେ ଥିବା ୧୫ଟି ମାମଲା ରହିଛି ।  ଏହି ଏନକାଉଣ୍ଟରରେ ଇନ୍ସପେକ୍ଟର ଶିବଶଙ୍କର ସମେତ ୪ ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here