Home ଅପରାଧ ବ୍ରହ୍ମପୁରରେ ପୁଣି ପୋଲିସ୍‌ ଏନ୍‌କାଉଣ୍ଟର, ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ

ବ୍ରହ୍ମପୁରରେ ପୁଣି ପୋଲିସ୍‌ ଏନ୍‌କାଉଣ୍ଟର, ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର । ପୋଲିସର ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଅଙ୍କୁଲି ଜଳେଶ୍ୱରଖଣ୍ଡି ରୋଡ୍ ନିକଟରେ ବୈଦ୍ୟନାଥପୁର ଓ ରୋଷାଣୀପୁର ପୋଲିସର ମିଳିତ  ଏନକାଉଣ୍ଟରରେ  ଦୁର୍ଦ୍ଦାନ୍ତ ଅପରାଧି ମୁନା ସାହୁ ଓ ତାର ସହଯୋଗୀ ରାଧାକୃଷ୍ଣ ସାହୁଙ୍କ ଗୋଡରେ ଗୁଳି ବାଜିଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଗୋଟିଏ ଦେଶୀ ପିସ୍ତଲ, ୪ ରାଉଣ୍ଡ ଗୁଳି, ୩ଟି ବୋମା ଜବତ କରାଯାଇଛି ।