Home ଓଡିଶା ବ୍ରହ୍ମପୁର: ଦୁର୍ଘଟଣାଗ୍ରସ୍ତ ମାଂସ ବୋଝେଇ ଟ୍ରକ୍‌କୁ ଜାଳିଦେଲେ

ବ୍ରହ୍ମପୁର: ଦୁର୍ଘଟଣାଗ୍ରସ୍ତ ମାଂସ ବୋଝେଇ ଟ୍ରକ୍‌କୁ ଜାଳିଦେଲେ

ବ୍ରହ୍ମପୁର: ବ୍ରହ୍ମପୁରର  ଗୋଲନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ନିକଟରେ ପଶ୍ଚିମବଙ୍ଗରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ମାଂସ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଟ୍ରକ୍‌ରେ ମାଂସ ବୋଝେଇ ହୋଇଥିବା ଦେଖିବା ପରେ ଏହା ଗୋମାଂସ ହୋଇଥିବା ସନ୍ଦେହ କରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସ୍ଥାନୀୟ ଲୋକେ ଏହି ଟ୍ରକ୍‌ରେ  ନିଆଁ ଲଗାଇ ଦେବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ଟ୍ରକ୍‌ର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।