Home Uncategorized ବ୍ରହ୍ମପୁର ମେୟର କେ. ମାଧବୀଙ୍କ ସଭ୍ୟ ପଦ ରଦ୍ଦ

ବ୍ରହ୍ମପୁର ମେୟର କେ. ମାଧବୀଙ୍କ ସଭ୍ୟ ପଦ ରଦ୍ଦ

0
ବ୍ରହ୍ମପୁର: ବ୍ରହ୍ମପୁର ମହାନିଗର ନିଗମ ମେୟର କେ. ମାଧବୀଙ୍କ ପଦକୁ ରଦ୍ଧ କରି ଦିଆଯାଇଛି । ମିଥ୍ୟା ସତ୍ୟପାଠ ମାମଲାରେ ତାଙ୍କ ପଦ ରଦ୍ଧ କରିବାକୁ ମିର୍ଦ୍ଦେଶ ନେଇଛନ୍ତି ଗଞ୍ଜାମ ଜିଲ୍ଲା ଦୌରାଜଜ୍ । ୨୦୧୪ ମସିହାରେ ହୋଇଥିବା ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଜଣେ ସ୍ୱାମୀ ଅଛନ୍ତି ବୋଲି ମେୟର କେ.ମାଧବୀ ଦର୍ଶାଇ ଥିଲେ । ମାତ୍ର କେ.ମାଧବୀ ପ୍ରଥମ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିବା କୌଣସି ସୂତ୍ରରୁ ଜାଣିପାରିଥିଲେ ପୂର୍ବତନ ମେୟର ଶିବଶଙ୍କର ଦାସ । ଏନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାଧବୀଙ୍କର ୨ଜଣ ସ୍ୱାମୀ ଥିଲେ ବୋଲି ପୂର୍ବତନ ମେୟର ଶିବ ଶଙ୍କର ଦାସ ତାଙ୍କ ବିରୋଧରେ ମାମଲା କରିଥିଲେ । ଏ ନେଇ କୋର୍ଟରେ ମାମଲା ଚାଲିଥିଲା । ଏହି ମାମଲାର ଶୀଘ୍ର ଫଇସଲା କରିବା ପାଇଁ ମାଧବୀଙ୍କ ସ୍ୱାମୀ କୋର୍ଟରେ ଆବେଦନ କରିଥିବାବେଳେ ହାଇକୋର୍ଟ ୪୫ ଦିନ ମଧ୍ୟରେ ଶୁଣାଣି କରିବାକୁ ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଆଜି ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ମେୟର କେ. ମାଧବୀ ଦର୍ଶାଇଥିବା ସତ୍ୟପାଠ ଭୁଲ ଥିବା ଦର୍ଶାଇ ତାଙ୍କ ପଦକୁ ରଦ୍ଧ କରିଦେଇଛନ୍ତି ଗଞ୍ଜାମ ଜିଲ୍ଲା ଦୌରାଜଜ୍  । ଏହାସହ  ୧୬ ନମ୍ବର ୱାର୍ଡ କର୍ପୋରେଟରଙ୍କ ପଦ ମଧ୍ୟ ମାଧବୀଙ୍କୁ ହରାଇବାକୁ ପଡ଼ିଛି ।