Home Uncategorized ବ୍ଲୁ ହ୍ୱେଲ୍‌ ଗେମ୍‌ ଆତଙ୍କ ! ସୋସିଆଲ ମିଡିଆରୁ ଲିଙ୍କକୁ ହଟାଇବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ

ବ୍ଲୁ ହ୍ୱେଲ୍‌ ଗେମ୍‌ ଆତଙ୍କ ! ସୋସିଆଲ ମିଡିଆରୁ ଲିଙ୍କକୁ ହଟାଇବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର : ସାରା ବିଶ୍ୱରେ ଏବେ ବ୍ଲୁ ହ୍ୱେଲ୍‌ ଗେମ୍‌ର ଆତଙ୍କ । ଏହା ଓଡିଶାରେ ମଧ୍ୟ ପ୍ରବେଶ କରିସାରିଥିବା ସନ୍ଦେହ  କରାଯାଉଛି । ସମ୍ବଲପୁରରେ ଜଣେ ଛାତ୍ରୀ ବ୍ଲୁ ହ୍ୱେଲ ଗେମ୍‌ କାରଣରୁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ଉପୁଜିବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସମସ୍ତ ଡିଆଇଜି, ଆଇଜି, ରେଳବାଇ ଆଇଜି,ସମସ୍ତ ଜିଲ୍ଲାର ଏସପି ଓ ପୋଲିସ କମିସନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ସୋସିଆଲ ମିଡିଆରୁ ଏହି ଲିଙ୍କ୍‌ ହଟାଇବାକୁ  ପଦକ୍ଷେପ ନେବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।
 
ସୂଚନା ଅନୁସାରେ, ପୋଲିସ ଡିଜି ସୋସିଆଲ ମିଡିଆରେ ରୋକ୍‌ ଲଗାଇବା ପାଇଁ ସମସ୍ତ ଏସ୍‌ପି ଓ ଡିସିପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲୁ ହ୍ୱେଲ୍‌ ଭଳି ଅନ୍ୟ ଗେମ୍‌ମାନଙ୍କ ଉପରେ ନଜର ରଖିବାକୁ ମଧ୍ୟ କହିଛନ୍ତି ପୋଲିସ ଡିଜି । ଆଗକୁ ରାଜ୍ୟରେ ବ୍ଲୁ ହ୍ୱେଲ୍‌ ଗେମ୍‌ ଉପରେ କିପରି ରୋକ୍‌ ଲଗାଯିବ ସେ ବିଷୟରେ ତର୍ଜମା କରିବାକୁ ଡିଜି କହିଛନ୍ତି ।

LEAVE A REPLY

Please enter your comment!
Please enter your name here