Home Uncategorized ବ୍ୟାଙ୍କକ୍‌କୁ ଉଡିଲା ପ୍ରଥମ ବିମାନ, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ବ୍ୟାଙ୍କକ୍‌କୁ ଉଡିଲା ପ୍ରଥମ ବିମାନ, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

0
ଭୁବନେଶ୍ୱର : ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନସେବା । ଆଜି ସିଧା ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଛି ବିମାନ । ବ୍ୟାଙ୍କକରୁ ଆସିଥିବା ଏୟାର ଇଣ୍ଡିଆର ବିମାନ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ଥର ପାଇଁ ବ୍ୟାଙ୍କକ ଅଭିମୁଖେ ଉଡାଣ କରିଛି ।  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରବିବାରଠାରୁ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ଅପରାହ୍ନରେ ୩୬ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ-୩୩୮ ବ୍ୟାଙ୍କକ୍‌କୁ ଉଡାଣ ଭରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେକ୍‌ କାଟିବା ସହ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହା ଏକ ଐତିହାସିକ ମୂହୁର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ପୂର୍ବରୁ ସକାଳ ୬.୪୭ ମିନିଟ୍‌ରେ ୧୮ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ-୩୩୯ ବ୍ୟାଙ୍କକ୍‌ରୁ ଭୁବନେଶ୍ୱରରେ ପହଞ୍ଚିଥିଲା । ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ସାମିଲ ରହିଥିଲେ। ପ୍ରକାଶ ଯେ, ବିମାନଟି ସପ୍ତାହକୁ ଦୁଇଦିନ (ରବିବାର, ଗୁରୁବାର) ଉଡ଼ାଣ କରିବ ।