Home ଦେଶ ବିଦେଶ ବଢ଼ୁଛି ନାଗରିକତା ବିବାଦ

ବଢ଼ୁଛି ନାଗରିକତା ବିବାଦ

ନୂଆଦିଲ୍ଲୀ : ରାଜ୍ୟସଭାରେ ଏନଆରସି ବିବାଦକୁ ନେଇ ଚର୍ଚ୍ଚା ସମୟରେ ଜୋରଦାର ହଙ୍ଗାମାହୋଇଛି । ଏନଆରସି ଉପରେଉଠାଯାଇଥିବା ପ୍ରଶ୍ନ ଓ ଅଭିଯୋଗର ଜବାବ ଦେଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ଭାଷଣକୁ ନେଇ ବିରୋଧୀ ଗୃହରେ ଜୋରଦାର ହଟ୍ଟଗୋଳ କରିଛନ୍ତି । ଅମିତ୍‌ ଶାହା ଆସାମରେ ଅବୈଧ ଅନୁପ୍ରବେଶପ୍ରସଙ୍ଗରେ ଭାଷଣ ଦେବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ନିଶାଣ କରିଥିଲେ । ଅମିତ୍‌ ଶାହାକହିଛନ୍ତି ଯେ ଏନଆରସି କଂଗ୍ରେସରନିଷ୍ପତ୍ତି ଥିଲା ମାତ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ସାହାସ ନଥିଲା । ଆମର ସାହାସ ଥିଲା ସେଥିପାଇଁ ଆମେ ଏହା କରି ଦେଖାଇଲୁ । ଶାହା କହିଛନ୍ତି ଯେ ଏନଆରସି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ ହୋଇଛି । ସବୁ ଲୋକ ୪୦- ୪୦ ଲକ୍ଷ ଚିତ୍କାର କରୁଛନ୍ତି ମାତ୍ର ମୁଁ ପଚାରିବାକୁ ଚାହୁଁଛି ଯେ ଏଥିରେ କେତେ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ? ଏମିତି ବିରୋଧ କରି କାହାକୁ ଆପଣ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ? ଅମିତ୍‌ ଶାହାଙ୍କ ଏହି ବୟାନ ପରେ ବିରୋଧୀ ଦଳ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିବା ସହ ନାରାବାଜି ଦେଇଥିଲେ । ଏହା ପରେ ଗୃହକୁ ୧୦ ମିନିଟ୍‌ ପାଇଁ ସ୍ଥଗିତ କରିବାକୁ ପଡିଥିଲା । ୧୦ ମିନିଟ୍‌ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ଯାହା ପରେ ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ଆସନ୍ତାକାଲି ସକାଳ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଆସାମ ପରେ ଏବେ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରିବାର ପ୍ରସ୍ତୁତି ରିପୋର୍ଟ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଅସନ୍ତୋଷ ପ୍ରକଟ କରିଛନ୍ତି । ସେ ମଙ୍ଗଳବାର ଦିଲ୍ଲୀରେ ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଏନଆରସି ବିଲକୁ ସଂଶୋଧନ କରିବା କିମ୍ବା ନୂତନ ବିଲ ଆଣିବାକୁ ଦାବି କରିଛନ୍ତି । ଏଠାରେ କହି ରଖୁଛୁ ଯେ ମଙ୍ଗଳବାର ସଂସଦର ଉଭୟ ଗୃହରେ ମଧ୍ୟ ଏହି ମାମଲାକୁ ନେଇ ଜୋରଦାର ହଙ୍ଗାମା ହୋଇଛି । ମମତା ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ବିଜେପି ଲୋକେ କହୁଛନ୍ତି ଯେ ଆସାମ ପରେ ଏବେ ପଶ୍ଚିମବଙ୍ଗ ଟାର୍ଗେଟ୍‌ । ଏବେ କେହି କେହି ବଙ୍ଗାଲ କଥା କହୁଛନ୍ତି, ପୁଣି ବିହାର, ମହାରାଷ୍ଟ୍ରର କଥା କହିବେ । ଏହା ପରେ ୟୁପି, ଗୁଜରାଟ କଥା କହିବେ, କଣ ଏମିତିରେ ଦେଶ ଚାଲେ । ଏମିତି ହେଲେ ରକ୍ତପାତ ଆରମ୍ଭ ହେବ ଗୃହ ଯୁଦ୍ଧ ହେବ । ମମତା କହିଛନ୍ତି ଏହା ବହୁତ ବଡ଼ ଘଟଣା ହେବ । ଆମ ଦେଶର ଶରଣାର୍ଥୀକୁ ବାହାର କରି ପୁଣି ଥରେ ସେମାନଙ୍କୁ ଶରଣାର୍ଥୀ କରି ଦେବା, ସେମାନଙ୍କର ପରିଚୟକୁ ଶେଷ କରି ଦେବା କଣ ଉଚିତ୍‌ ହେବ । ଯଦି ୪୦ ଲକ୍ଷ ଲୋକଙ୍କ ପରିଚୟ ସମାପ୍ତ କରି ଦିଆଯିବ ତେବେ ଖାଦ୍ୟ, ରୋଜଗାର, ଘର ଆଦି କେମିତି ମିଳିବ ।