Home ଦେଶ ବିଦେଶ ଭଉଣୀକୁ ୨ ବର୍ଷ ହେଲା ନିର୍ଜାତନା ଦେଉଥିଲା ଭାଇ

ଭଉଣୀକୁ ୨ ବର୍ଷ ହେଲା ନିର୍ଜାତନା ଦେଉଥିଲା ଭାଇ

0
(ନୂଆଦିଲ୍ଲୀ) ଭଉଣୀକୁ ୨ ବର୍ଷ ହେଲା ନିର୍ଜାତନା ଦେଉଥିଲା ଭାଇ । ଏଭଳି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀର ରୋହିଣୀ ଅଂଚଳରେ । ଏଠାରେ ଜଣେ ବ୍ୟକ୍ତି ଭଉଣୀକୁ ନିର୍ଜାତନା ଦେଉଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ବୟସ ୫୦ ବର୍ଷ ହୋଇଥିଲା ମଧ୍ୟ ସେ ୯୦ ବର୍ଷ ଭଳି ଦିଶୁଛନ୍ତି । ମହିଳା ଜଣକୁ ଠିକ୍ରେ ଖାଇବାକୁ ଦିଆଯାଉନଥିଲା । ପ୍ରତ୍ୟେକ୪ ଦିନରେ ତାଙ୍କୂ ଗୋଟିଏ ବ୍ରେଡ ଖାଇବାକୁ ଦିଆଯାଉଥିଲା । ତାଙ୍କୂ ଦିଲ୍ଲୀ ମହିଳା ପୋଲିସ୍ ଉଦ୍ଧାର କରିଛି । ଉଦ୍ଧାର ବେଳେ ତାଙ୍କ ପୋଷାକରୁ ଦୁର୍ଗନ୍ଧ ବହାରୁଥିଲା । ଏନେଇ ଦିଲ୍ଳୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଟ୍ୱିଟ କରି କହିଛନ୍ତି ଯେ, ଏ କେମିତିକା ରାକ୍ଷସ ଭାଇ ଜିଏ ତାଙ୍କ ଭଉଣୀକୁ ଯିବିତ ଅବସ୍ତାରେ ନର୍କ ଯନ୍ତ୍ରଣା ଦେଉଥିଲା । ସେ ଆହୁରି ମଧ୍ୟ କହିଛନ୍ତି ବଡ ଦଃୁଖର କଥା ଏନେଇ ତାଙ୍କ ପୋଡୋଶି ପୋଲିସ୍ରେ ଅଭିଯୋଗ କରିନଥିଲେ । ଏ ସଂମ୍ପର୍କରେ ସେତେବେଳେ ଜଣାପଡିଲା ଯେତେବେଳେ ଏହି ମହିଳାଙ୍କ ଆଉଜଣେ ଭାଇ ହେଲପ୍ ଲାଇନ୍ ନମ୍ବର ଯୋଗେ ଦିଲ୍ଲୀ ମହିଳା କମିଶନକୁ ଫୋନ୍ କରି ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପଂହଚିଥିଲେ ସୁଦ୍ଧା ମହିଳାଙକ ଭାଇ ଭାଉଜ ଘରର ଗେଟ୍ ଖୋଲିବାକୁ ମନା କରିଥିଲେ । ଏହାପରେ ପୋଲିସ୍ର ସାହାଯ୍ୟ ନିଆଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲା ।