Home ଖେଳ ଭାରତକୁ ୫ ଓ୍ଵିକେଟରେ ହରାଇଲା : ଶ୍ରୀଲଙ୍କା

ଭାରତକୁ ୫ ଓ୍ଵିକେଟରେ ହରାଇଲା : ଶ୍ରୀଲଙ୍କା

0

ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ‘ନିଦହାସ ଟ୍ରଫି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶ୍ରୀଲଙ୍କାର ୫ ଓ୍ଵିକେଟ୍‌ରେ ବିଜୟ ହୋଇଛି। ୧୭୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସରେ ଶ୍ରୀଲଙ୍କା ୧୮.୩ ଓଭରରେ ୫ ଓ୍ଵିକେଟ ହରାଇ ୧୭୫ ରନ୍‌ ସଂଗ୍ରହ କରିଛି। ପ୍ରଥମ ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା।

୧୭୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଶ୍ରୀଲଙ୍କାକୁ୧୨ ରନ୍‌ରେ ପ୍ରଥମ ଓ୍ଵିକେଟରେ କୁଶାଲ ମେଣ୍ଡିସ(୧୧), ୭୦ ରନ୍‌ରେ ଦାନୁଷ୍କା ଗୁଣତିଲକା(୧୯), ୯୮ ରନ୍‌ରେ ଦିନେଶ ଚଣ୍ଡିମଲ(୧୪), ୧୨୭ ରନ୍‌ରେ କୁଶାଲ ପେରାରା(୬୬) ଆଉଟ୍‌ ହୋଇଥିଲେ। ଭାରତର ୫ମ ଶିକାର ହୋଇଥିଲେ ଉପୁଲ ଥରଙ୍ଗା(୧୭)। ଭାରତର ଓ୍ଵାସିଙ୍ଗଟନ୍‌ ସୁନ୍ଦର ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ଜୟଦେବ ଉନାଦ୍‌କଟ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ

LEAVE A REPLY

Please enter your comment!
Please enter your name here