Home ଦେଶ ବିଦେଶ ଭାରତୀୟ ନୈାସେନା ଅଧିକାରୀ ଅଭିଳାଷ ଟମ୍ମି ଉଦ୍ଧାର । ଉଦ୍ଧାର କଲା ଫ୍ରାନ୍ସ ଜାହାଜ ।

ଭାରତୀୟ ନୈାସେନା ଅଧିକାରୀ ଅଭିଳାଷ ଟମ୍ମି ଉଦ୍ଧାର । ଉଦ୍ଧାର କଲା ଫ୍ରାନ୍ସ ଜାହାଜ ।

0
ନୂଆଦିଲ୍ଲୀ: ଦକ୍ଷିଣ ଭାରତ ମହାସାଗରରେ ଫଶି ରହିଥିବା ଭାରୀତୟ ନୌସେନାର ଅଧିକାରୀ ଅଭିଳାଷ ଟମ୍ମିଙ୍କୁ ଉଦ୍ଧାର କରାଯାଇଛି । ସୁରକ୍ଷା ମନ୍ତ୍ରାଳୟ ଏବଂ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଫ୍ରେଞ୍ଚ ନୌସେନା ଜାହାଜ ଦ୍ୱାରା ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭାରତୀୟ ନୌସେନାର କମାଣ୍ଡର ଅଭିଳାଷ ଟୋମି ୩୦,୦୦୦ ମାଇଲର ଏହି ଗୋଲ୍ଡେନ୍ ଗ୍ଲୋବ୍ ରେସ୍ରେ ଭାଗ ନେଇ ୨୦୧୩ରେ ପ୍ରଥମଥର ଜଳ ପଥରେ ପୁରା ଦୁନିଆ ଭ୍ରମଣ କରିବା ପାଇଁ ବାହାରି ଥିଲେ । ନିଜର ପାଲଟଣା ଜାହାଜ ସାହାର‌୍ୟ୍ୟରେ ୪୮୨୮୦ କିଲୋମିଟର ଯାତ୍ରା ସହ ପୂରା ବିଶ୍ୱ ଭ୍ରମଣ କରିବାର ଥିଲା । କିନ୍ତୁ ଗୋଲଡେନ ଗ୍ଲୋବ ରେସରେ ଭାଗ ନେଇଥିବା ବେଳେ ଦକ୍ଷିଣ ଭାରତ ମହାସାଗରରେ ଆସିଥିବା ଝଡ ତୋଫାନରେ ପାଖାପାଖି ୧୪ମିଟର ଉଚ୍ଚର ଜୁଆର ଓ ୧୩୦କିଲୋମିଟର ବେଗରେ ପବନ ବହିବାରୁ ତାଙ୍କ ପାଲଟଣା ଡଙ୍ଗା ଦକ୍ଷିଣ ଭାରତ ମହାସାଗରରେ ଖରାପ ହୋଇଯାଇଥିଲା। ଫଳରେ ମଝି ସମୁଦ୍ରରେ ଫଶି ଯାଇଥିଲେ ଅଭିଳାଷ । ତେବେ ନିଖୋଜ ହୋଇଯାଇଥିବା ଏବଂ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ସମ୍ପର୍କରେ ସୂଚନା ଦେଇଥିଲେ ଅଭିଳାଷ । ତାଙ୍କ ପାଖରେ ଅତ୍ୟାଧୁନିକ ଭିଏଚଏଫ୍ ରେଡିଓ ସେଟ ଥିଲେ ମଧ୍ୟ ଆଘାତ ଯୋଗୁଁ ଅଭିଳାଶ ତାହାକୁ ବ୍ୟବହାର କରିପାରୁନଥିଲେ । ପରେ ଭାରତୀୟ ନୌସେନା ଅଭିଳାଷଙ୍କ ୟାଟ୍ର ସଠିକ୍ ଅବସ୍ଥିତି ଖୋଜି ପାଇଥିଲା । ଯାହାକି ଦକ୍ଷୀଣ ଭାରତୀୟ ମହାସାଗରରେ ଅଷ୍ଟ୍ରେଲିଆର ପର୍ଥରୁ ୧୫୦୦ ନଟିକାଲ୍ ମାଇଲ୍ ଦୂରରେ ଥିଲା । ଏହାପରେ ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ ନୌସେନାର ମିଳିତ ଉଦ୍ୟମରେ ଅଭିଳାଷଙ୍କୁ ଉଦ୍ଧାର କରାଯାଇଛି ।