Home ଖେଳ ଭାରତ ୮ ଓ୍ଵିକେଟରେ ଜିତି ସିରିଜକୁ ୫-୧ରେ କବଜା କଲା

ଭାରତ ୮ ଓ୍ଵିକେଟରେ ଜିତି ସିରିଜକୁ ୫-୧ରେ କବଜା କଲା

0
during the ICC WT20 India Group 2 match between India and Australia at I.S. Bindra Stadium on March 27, 2016 in Mohali, India.

ଅଧିନାୟକ ବିରାଟ କୋହଲିଙ୍କ ଦମଦାର ୩୫ ତମ ଶତକ ବଳରେ ୬ ଟିକିଆ ଦିନିକିଆ ସିରିଜର ଅନ୍ତିମ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟରେ ପରାସ୍ତ କରିଛି। ଏଥିସହିତ ଭାରତ ସିରିଜକୁ ୫-୧ରେ  ଜିତି ନେଇଛି। ଦକ୍ଷିଣ ଆଫ୍ରିକା ମାଟିରେ ୫-୧ରେ ଦିନିକିଆ ସିରିଜକୁ ଜିତି ଭାରତ ଇତିହାସ ରଚିଛି। ଘରୋଇ ଦଳ ପକ୍ଷରୁ ଧାର୍ୟ୍ୟ ୨୦୫ ରନର ବିଜୟ ଲକ୍ଷ୍ୟକୁ ଭାରତ ୨ ଓ୍ଵିକେଟ୍ ହରାଇ  ୩୨.୧ ଓଭରରେ  ଅତି ସହଜର ସହ ହାସଲ କରି ନେଇଛି। ଘରୋଇ ଦଳ ପକ୍ଷରୁ ଲୁଙ୍ଗି ଏନଗିଡିଙ୍କୁ ଦୁଇଟି ସଫଳତା ମିଳିଛି। ମ୍ୟାଚ୍ ବିଜୟୀ ପାଳି ଖେଳିଥିବା କୋହଲି ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହା ସହିତ ସିରିଜରେ ୩ଟି ଶତକ ସହ ସର୍ବାଧିକ ରନ କରିଥିବା କୋହଲି ମ୍ୟାନ ଅଫ ସିରିଜ ବିବେଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here