Home ଓଡିଶା ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍- ୩ଯୁବକ ଜୀବନ୍ତ ଦଗ୍ଧ

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍- ୩ଯୁବକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ- ଲେଫ୍ରିପଡା ଥାନା ଶୁଖାଯୋର ନିକଟରେ ଗତକାଲି ବିଳମ୍ବିତ ରାତ୍ରୀରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଗଛରେ ପିଟି ହେବା ପରେ କାର୍ଟି ଜଳିଯିବାରୁ ସେଥିରେ ଥିବା ୩ ଜଣ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକମାନେ ହେଲେ ରାହୁଲ ପଶାୟତ, ଲୋକନାଥ ବିରଗଣ୍ଠିଆ ଓ ବିଶ୍ୱଜିତ୍ କର । ମୃତକଙ୍କ ମଧ୍ୟରେ ଜଣେ କୋରାପୁଟର ଓ ଅନ୍ୟ ୨ ଛଟେନପାଲ୍ଲୀ ଗାଁର । ମୃତକ ତିନି ଜଣ ଯୁବକ ଛଟେନପାଲିରୁ ବସୁନ୍ଧରା ଯାଉଥିଲେ । ପୋଲିସ୍ ଦୁର୍ଘଟଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।