Home Uncategorized ଭିଆରଏସ ପାଇଁ ଆବେଦନ କଲେ ଆଇଆଇସି ଆଲୋକ ଜେନା

ଭିଆରଏସ ପାଇଁ ଆବେଦନ କଲେ ଆଇଆଇସି ଆଲୋକ ଜେନା

0

ଭୁବନେଶ୍ୱର : ଭିଆରଏସ ନେବା ପାଇଁ ସରକାର ଙ୍କ ନିକଟରେ ଆବେଦନ କରିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି। ବରିଷ୍ଠ ଅଧିକାରୀଙ୍କ ଚାପ,ପଦନ୍ନତି ରେ ସାଲିସ ଆଦି ପାଇଁ ସେ ପୋଲିସ ଚାକିରୀ ଛାଡିବା ପାଇଁ ମାନସିକ ସ୍ତରରେ ନିଷ୍ପତି ନେଇଥିବା ଜଣାପଡିଛି। ଏ ନେଇ ସେ ଲିଖିତ ଆକାରରେ ଜଣାଇଛନ୍ତି। ସୂଚନାଯୋଗ୍ୟ କିଛି ବର୍ଷ ତଳେ ବେଷ୍ଟ ଆଇଆଇସି ପୁରସ୍କାର ପାଇଥିଲେ ଆଲୋକ।କେବଳ ସେତିକି ନୁହେଁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଏହି ଅଫିସର ଜଣଙ୍କ ଜଣେ ଖ୍ୟାତି ସମ୍ପର୍ଣ୍ଣ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ବେଶ ଜଣାଶୁଣା। ରାଜଧାନୀ ରେ କାର୍ଯ୍ୟ କରୁଥିବା ବେଳେ ସେ ଅପରାଧୀ ଙ୍କ ମନରେ ଛନକା ସୃଷ୍ଟି କରିଥିଲେ। ତେବେ ହଠାତ ତାଙ୍କର ଏଭଳି ନିଷ୍ପତି ପୋଲିସ ସଂଘ ଠାରୁ ଆରମ୍ଭ କରି ଆଲୋକ ଙ୍କ ସମର୍ଥକ ଙ୍କ ମନରେ ଗଭୀର ଦୁଃଖ ଆଣି ଦେଇଛି।

LEAVE A REPLY

Please enter your comment!
Please enter your name here