Home ଅପରାଧ ଭିଜିଲାନ୍‌ସ ଜାଲରେ ଡିଏଫ୍ଓ

ଭିଜିଲାନ୍‌ସ ଜାଲରେ ଡିଏଫ୍ଓ

0

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ସିଟି ଡିଭିଜନ ଡିଏଫ୍ଓ ଚିତ୍ତରଞ୍ଜନ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି।  ଭିଜିଲାନ୍ସର ୫ଟି ଟିମ୍‌ ଚିତ୍ତରଞ୍ଜନଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରି ରଖିଛନ୍ତି । ସହିଦ ନଗରରେ ଥିବା ତାଙ୍କ କାର୍ୟ୍ୟାଳୟ ସମେତ କଟକ, ନିମାପଡା, ରାଧାକିଶନ ନଗର, ଗ୍ୟାରେଜ ଚୌକ, ଭୁବନେଶ୍ୱର ଓଲ୍ଡ ଟାଉନ ଆଦି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି । ଏହା ସହ ପାଟପୁରରେ ଥିବା ତାଙ୍କ ଶ୍ୱଶୁର ଘର ଓ କାନପୁରରେ ସ୍ଥିତ ତାଙ୍କ ପୌତୃକ ସମ୍ପତ୍ତିରେ ମଧ୍ୟ ଚଢାଉ ଜାରି ରହିଛି । ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଭିଜିଲାନ୍ସର ହସ୍ତଗତ ହୋଇଛି ।

LEAVE A REPLY

Please enter your comment!
Please enter your name here