Home ଓଡିଶା ଭିଡିଓ କନଫରେନସିଂ ଜରିଆରେ ତୀର୍ଥଯାତ୍ରୀ ଟ୍ରେନର କଲେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନସିଂ ଜରିଆରେ ତୀର୍ଥଯାତ୍ରୀ ଟ୍ରେନର କଲେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆଜି ଦ୍ୱିତୀୟ ଥର ପାଇଁ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମପୁର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି ଏହି ତୀର୍ଥଯାତ୍ରୀ ଟ୍ରେନ । ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିବା ଏହି ସ୍ୱତନ୍ତ୍ର ଟ୍ରେନକୁ ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଏହି ଟ୍ରେନରେ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ପାଖାପାଖି ୯୫୭ ଜଣ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି । ପୂର୍ବରୁ ୨୦୧୬ ମସିହାରେ ପ୍ରଥମେ ବ୍ରହ୍ମପୁରରୁ ଦକ୍ଷିଣ ଭାରତ ଭ୍ରମଣ କରିଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶର ତିରୁପତି ଓ ଭେଲୁରୁକୁ ଯାତ୍ରା କରିଛନ୍ତି । ଏହି ତୀର୍ଥଯାତ୍ରୀଙ୍କୁ ସମ୍ପୁର୍ଣ୍ଣ ମାଗଣାରେ ତୀର୍ଥଯାତ୍ରା କରାଯିବ । ସୂଚନାଯୋଗ୍ୟ, ୨୦୧୬ ଜାନୁଆରରେ ଏହି ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଓଡିଶାର ବରିଷ୍ଠ ନାଗରିକମାନେ ଆହ୍ଲାବାଦ, ବାରଣାସୀ, ହରିଦ୍ୱାର, ପୁଷ୍କର ଓ ଆଜେମର ଆଦି ସ୍ଥାନକୁ ତୀର୍ଥଯାତ୍ରାରେ ଯାଇଛନ୍ତି ।