Home Uncategorized ଭିଡିଓ କନଫରେନ୍‌ସିଂ ଜରିଆରେ ଓଡ଼ିଶାରେ ୩ ରେଳ ପ୍ରକଳ୍ପର ଉଦଘାଟନ କଲେ ରେଳ ରାଷ୍ଟ୍ରମନ୍ତ୍ରୀ

ଭିଡିଓ କନଫରେନ୍‌ସିଂ ଜରିଆରେ ଓଡ଼ିଶାରେ ୩ ରେଳ ପ୍ରକଳ୍ପର ଉଦଘାଟନ କଲେ ରେଳ ରାଷ୍ଟ୍ରମନ୍ତ୍ରୀ

0
ଭୁବନେଶ୍ୱର: ଭୁବନେଶ୍ୱର ରେଳ ସଦନରେ ଭିଡିଓ କନଫରେନ୍‌ସିଂ ଜରିଆରେ ଓଡିଶାରେ ୩ଟି ରେଳ ପ୍ରକଳ୍ପର ଉଦ୍‌ଘାଟନ କଲେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ସମ୍ବଲପୁର-ଝାରସୁଗୁଡ଼ା ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌ ନମ୍ବର ୦୫୩୧୧କୁ ରେଳ ରାଷ୍ଟ୍ରମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । ଏହି ଟ୍ରେନ୍‌ ଆସନ୍ତା ୨୪ ତାରିଖଠାରୁ ନିୟମିତଭାବେ ଚଳାଚଳ ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଏହାସହ ସମ୍ବଲପୁର କ୍ଷେତରାଜପୁରରେ ଏକ ରୋଡ୍ ଓଭର ବ୍ରିଜ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ୱାଇଫାଇ ସେବାର ଉଦଘାଟନ ମଧ୍ୟ କରାଯାଇଛି । ମନ୍ତ୍ରୀ ସିହ୍ନା ଓଡ଼ିଆରେ ଓଡ଼ିଶାବାସୀଙ୍କୁ ନମସ୍କାର କରିବା ସହ ଜଗନ୍ନାଥ ଧାମକୁ ଆସିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିଥିଲେ । ଏହି ଅବସରରେ ଓଡିଶା ପ୍ରତି ରେଳବାଇ ବିଭାଗର ଅବହେଳା  ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀ ସିହ୍ନା । ସେ କହିଛନ୍ତି ଯେ,  ଖୋର୍ଦ୍ଧା- ବଲାଙ୍ଗୀର, ହରିଦାସପୁର – ପାରାଦ୍ୱୀପ, ଅନୁଗୋଳ – ସୁକିନ୍ଦା ଓ ଜୟପୁର – ମାଲକାନଗିରି ରେଳ ଲାଇନ ର୍ନିମାଣ ପାଇଁ  କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ ଅଟନ୍ତି । ଏଥିସହ ରେଳ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ପ୍ରୟାଶ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ଗତ ଶନିବାର ହୋଇଥିବା ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କରାଯାଉଛି । ଏହି ଘଟଣା ପାଇଁ ଯେ କେହି ବି ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଉଦ୍‌ଘାଟନୀ ଉତ୍ସବରେ ରେଳମନ୍ତ୍ରୀଙ୍କ ସହିତ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ଓ ଅନ୍ୟ ରେଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।