Home ଅପରାଧ ଭୁବନେଶ୍ୱରରୁ ନାବାଳକକୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୫ଗିରଫ

ଭୁବନେଶ୍ୱରରୁ ନାବାଳକକୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୫ଗିରଫ

0
ଗତ ଫେବ୍ରୁଆରି ୨୬ ତାରିଖରେ ସ୍କୁଲ୍ ଛାତ୍ର ଗୌରବ ରଥଙ୍କୁ ଭୁବନେଶ୍ୱରରୁ ଅପହରଣ କରାଯାଇଥିଲା । ସନ୍ଧ୍ୟାରେ ସେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଯାଇଥିଲେ ଏବଂ ନାବାଳକକୁ ଛାଡିବାକୁ ୧୧ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ I  ଫେବ୍ରୁଆରି ୨୭ ତାରିଖରେ ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ହୋଇଥିଲା । ଏହାପରେ ଗୌରବର ପରିବାର ଲୋକ ୨ ଲକ୍ଷ ଟଙ୍କା ଦେଇ ପୁଅକୁ ଅପହରଣକାରୀଙ୍କ ଠାରୁ ଛଡ଼ାଇ ଆଣିିଥିଲେ I ସୋମବାର ପୁରୀରୁ ମାଷ୍ଟରମାଇଣ୍ଡ ଗୋପାଳ ଓ  ଭୁବନେଶ୍ୱରରୁ ଅନ୍ୟ ୫ଜଣକୁ ପୁଲିସ ଗିରଫ କରିଛି । ଏ ନେଇ  ପୁଲିସ କମିସନର ୱାଇ ବି ଖୁରାନିଆ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି