Home Uncategorized ଭୁବନେଶ୍ୱରରେ ଆୟୋଜନ ହେବ ପ୍ରଥମ ଓଡିଶା ଟ୍ରାଭେଲ ବଜାର

ଭୁବନେଶ୍ୱରରେ ଆୟୋଜନ ହେବ ପ୍ରଥମ ଓଡିଶା ଟ୍ରାଭେଲ ବଜାର

0
ନୂଆଦିଲ୍ଲୀ: ଅକ୍ଟୋବର ମାସ ୧୫ ତାରିଖରୁ ୧୭ ତାରିଖ  ଯାଏ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଏଫଆଇସିସିଆଇର ମିଳିତ ଆନୁକୂଲ୍ୟରେ  ପ୍ରଥମ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯିବ ।  ଆଜି ନୂଆଦିଲ୍ଲୀଠାରେ  ଆୟୋଜିତ ଏକ ସମ୍ମିଳନୀରେ ଏ ନେଇ ନିଷ୍ପତ୍ତି ହୋଇଛି ।  ଅକ୍ଟୋବର ୧୫ ତାରିଖ ଦିନ ହୋଟେଲ ମେ ଫେୟାରରେ ହେବାକୁ ଥିବା ଏହି  ପ୍ରଥମ ଓଡ଼ିଶା ଟ୍ରାଭେଲ ବଜାରରେ  ୩୯ଟି  ଦେଶର ୪୨ ଟି ଟୁର ଅପରେଟିଂ କମ୍ପାନିର କର୍ମକର୍ତ୍ତାମାନେ ଯୋଗ ଦେବେ । ଫଳରେ  ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ଏହାଦ୍ୱାରା ଅଧିକ  ପ୍ରଚାର ପ୍ରସାର ଲାଭ କରିବା ସହିତ ଅଧିକ ବିଦେଶୀ ପର୍ଯ୍ୟଟକ  ଓଡ଼ିଶା ଆସିବାର ସମ୍ଭାବନା ସୃଷ୍ଟି ହେବ ।  ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।