Home ଅପରାଧ ଭୁବନେଶ୍ୱରରେ ଇଞ୍ଜିନିୟରିଂ ଛାତ୍ର ଅପହରଣ ଘଟଣା, ମାଷ୍ଟର ମାଇଣ୍ଡ ଦେବାଶିଷ ମୁଖାର୍ଜୀ ଗିରଫ

ଭୁବନେଶ୍ୱରରେ ଇଞ୍ଜିନିୟରିଂ ଛାତ୍ର ଅପହରଣ ଘଟଣା, ମାଷ୍ଟର ମାଇଣ୍ଡ ଦେବାଶିଷ ମୁଖାର୍ଜୀ ଗିରଫ

0

ଭୁବନେଶ୍ୱର: ଭୁବନେଶ୍ୱର ଜାଗମରାରୁ ଇଂଜିନିୟରିଂ ଛାତ୍ର ଅନୁଜ ଝା ଅପହରଣର ମାଷ୍ଟରମାଇଣ୍ଡ ଦେବାଶିଷ ମୁଖାର୍ଜୀକୁ ଶନିବାର କମିଶନରେଟ ପୋଲିସ ଗିରଫ କରିଛି । ପୂର୍ବରୁ ଏହି ଘଟଣାରେ ପୋଲିସ ୬ ଜଣ ଅପହରଣକାରୀଙ୍କୁ ଗିରଫ କରିଥିଲା ।

ସୂଚନା ମୁତାବକ,ମାଷ୍ଟରମାଇଣ୍ଡ ଦେବାଶିଷ ଅପହରଣ ପରେ ରାଜ୍ୟ ବାହାରକୁ ଚାଲି ଯାଇଥିଲା । ଆଜି ଦେବାଶିଷ ନିଜ ସାଙ୍ଗକୁ ଭେଟିବାକୁ ଭୁବନେଶ୍ୱର ଆସିଥିବାବେଳେ ପୋଲିସ ଗିରଫ କରିଥିଲା ।

ପୋଲିସ ସୂଚନାନୁସାରେ, ଏହି ଅପହରଣରେ ଅନ୍ୟତମ ଅଭିଯୁକ୍ତ ଦେବାଶିଷଙ୍କ ପତ୍ନୀ ଧରାପଡ଼ି ନାହାନ୍ତି ।  ଦେବାଶିଷ ଓ ତାଙ୍କ ପତ୍ନୀ ଏହି ଅପହରଣ ମାମଲାରେ ମାଷ୍ଟରମାଇଣ୍ଡ ଥିଲେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here