Home Uncategorized ଭୁବନେଶ୍ୱରରେ ପହଞ୍ଚିଲେ ‘ଶ୍ରେଷ୍ଠ ପ୍ରଶାସକ’ ନବୀନ ପଟ୍ଟନାୟକ,ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱରରେ ପହଞ୍ଚିଲେ ‘ଶ୍ରେଷ୍ଠ ପ୍ରଶାସକ’ ନବୀନ ପଟ୍ଟନାୟକ,ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିଛନ୍ତି ।  ଆଉଟଲୁକ୍‌ ପକ୍ଷରୁ ଦିଲ୍ଲୀରେ ‘ଶ୍ରେଷ୍ଠ ପ୍ରଶାସକ’ ପୁରସ୍କାର ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ନେତା, ‍ବିଧାୟକ, ସାଂସଦ, କର୍ମୀମାନଙ୍କର  ପ୍ରବଳ ଭିଡ଼ ଜମିଥିଲା । ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେଡିର ହଜାର ହଜାର କର୍ମୀ ନବୀନଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଦେଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ନବୀନଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ୫୦ ହଜାର ଦଳୀୟ କର୍ମୀ ବିମାନବନ୍ଦରରେ ପହଞ୍ଚିଥିଲେ । ଏୟାରପୋର୍ଟରୁ ନବୀନ ନିବାସ ପର୍ଯ୍ୟନ୍ତ ସମର୍ଥକମାନେ ଏକ ବିରାଟ ର‍୍ୟାଲିରେ ବାହାରିଥିଲେ । ବିମାନବନ୍ଦରରେ ପହଞ୍ଚି ପ୍ରଥମେ ସେଠାରେ ଅବସ୍ଥାପିତ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନବୀନ ମାଲ୍ୟାର୍ପଣ କରିଥିଲେ । ଗତକାଲି ଉତ୍ତରପ୍ରଦେଶ ମୁଜାଫରନଗରସ୍ଥିତ  ଖତୌଲୀ ଷ୍ଟେସନରେ  କଳିଙ୍ଗ-ଉତ୍କଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ଯୋଗୁଁ ନବୀନଙ୍କ ସ୍ୱାଗତ ନିରାଡମ୍ବର ଭାବେ କରାଯିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶ୍ରେଷ୍ଠ ପ୍ରଶାସକ ସମ୍ମାନ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରୁଛି । ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରାଯିବାକୁ ଚେଷ୍ଟା କରାଯିବ । ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଅଛି । ମେଣ୍ଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ,  ଉଭୟ କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ବଜାୟ ରଖିଛି ।

LEAVE A REPLY

Please enter your comment!
Please enter your name here