Home Uncategorized ଭୁବନେଶ୍ୱରରେ ପାଇପ୍ ଯୋଗେ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରରେ ପାଇପ୍ ଯୋଗେ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର : ପାଇପ୍‌ ଯୋଗେ ରୋଷେଇ ଗ୍ୟାସ୍‌ ଯୋଗାଣ । ପ୍ରଧାନମନ୍ତ୍ରୀଙ୍କ ଉର୍ଜାଗଙ୍ଗା ଯୋଜନାର ଭୁବନେଶ୍ୱରରେ ଶୁଭାରମ୍ଭ କରିଛନ୍ତି  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଭୁବନେଶ୍ୱରର ନାଲକୋ ନଗରର ୨୫୫ ଘରକୁ ପ୍ରାଥମିକ ପର୍ଯ୍ୟାୟରେ ଗ୍ୟାସ ସଂଯୋଗ ପ୍ରକଳ୍ପ ଆରମ୍ଭ କରାଯାଇଛି ।

ରାଜ୍ୟରେ ୧୩ଟି ଜିଲ୍ଲାରେ ୭୬୯ କିମି ଗ୍ୟାସ୍ ଲାଇନ୍ ବିଛାଇବାକୁ ଯୋଜନା ଅଛି । ଏହି ଯୋଜନାରେ କଟକ-ଭୁବନେଶ୍ୱରର ୫୦ ହଜାର ପରିବାରକୁ ଗ୍ୟାସ୍‌ ସଂଯୋଗ ଦିଆଯିବ । ହୋଲି ପୂର୍ବରୁ କଟକରେ ଗ୍ୟାସ ସଂଯୋଗ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟର ୧୩ଟି ଜିଲ୍ଲାର ୨ ଲକ୍ଷ ୫୦ ହଜାର ପରିବାରକୁ ଗ୍ୟାସ୍‌ ଯୋଗାଇ ଦିଆଯିବ । ଏଥିପାଇଁ ୫ ହଜାର ୨୦୦ କୋଟି ପୁଞ୍ଜି ନିବେଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଉଦ୍‌ଘାଟନୀ ଉତ୍ସବରେ ନାଲକୋ ସିଏମ୍‌ଡ଼ି ଡ. ତପନ କୁମାର ଚାନ୍ଦ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here