ଭୁବନେଶ୍ୱର- ଭୁବନେଶ୍ୱର ସିବିଆଇ ଅଫିସ୍ରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏ.ୱାଇ.ବି କ୍ରୀଷ୍ଣା ଆଜି ପହଞ୍ଚିଛନ୍ତି। ଦାୟିତ୍ୱଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଛନ୍ତି । ଚିଟ୍ଫଣ୍ଡ ଦୁର୍ନୀତିର ଅଗ୍ରଗତି ସହ ସିବିଆଇ ଅଧୀନରେ ଥିବା ଅନ୍ୟ ମାମଲାଗୁଡ଼ିକ ବିଷୟରେ ସେ ଆଲୋଚନା କରିଛନ୍ତି । ଚିଟ୍ଫଣ୍ଡର ୪୪ଟି ମାମଲାରୁ ୧୭ଟିରେ ଅଗ୍ରଗତି କରିଛି, ଅନ୍ୟ ମାମଲାଗୁଡ଼ିକରେ କିପରି ଅଗ୍ରଗତି ହେବ ଓ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସେନେଇ କ୍ରୀଷ୍ଣା ସିବିଆଇର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ।